Only for Entertainment

ଆଲିୟା କରିବେ ନିଜ ପୋଷାକର ନିଲାମ, ରହିଛି ଖାସ ଉଦ୍ଦେଶ୍ୟ

DNA India
0 58

ବଲିଉଡ ଅଭିନେତ୍ରୀଙ୍କ ଡ୍ରେସିଂ ଷ୍ଟାଇଲକୁ ସମସ୍ତେ ଫଲୋ କରିବା ପାଇଁ ଚାହିଁଥାନ୍ତି । ଅଭିନେତ୍ରୀଙ୍କ ପରି ଡ୍ରେସ ପିନ୍ଧିବା ପାଇଁ ଏବଂ ସେହିପରି ଡ୍ରେସ କିଣିିବା ପାଇଁ ପ୍ରତ୍ୟେକ ଝିଅଙ୍କ ମନରେ ଆଶା ଥାଏ । ଯଦି ଆପଣ ବଲିଉଡ ଅଭିନେତ୍ରୀଙ୍କ ଡ୍ରେସିଂ ଷ୍ଟାଇଲକୁ ଆପଣାଇବାକୁ ଚାହୁଁଛନ୍ତି ତେବେ ଏହି ମଉକା ବଲିଉଡ ବବଲି ଗାର୍ଲ ଆଲିୟା ଭଟ୍ଟ ଆଣିଛନ୍ତି । ଏହି ଅବସରରେ ଆପଣ ଆଲିୟାଙ୍କ ଆଉଟଫିଟକୁ ସହଜରେ କିଣିପାରିବେ ।

 

Mi wardrobe is Su wardrobe ✨

A post shared by Alia ✨⭐️ (@aliaabhatt) on

ନିକଟରେ ଆଲିୟା ସୋସିଆଲ ମିଡିଆରେ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟ ସେୟାର କରି ସେ କହିଛନ୍ତି ଯେ ମୁମ୍ବାଇରେ ଆୟୋଜନ ହେବାକୁ ଥିବା Mi wardrobe is Su wardrobe ଇଭେଣ୍ଟରେ ଆପଣଙ୍କୁ ମୋ ଡ୍ରେସ କିଣିବାର ମଉକା ମିଳିବ । ୧୯ ଏବଂ ୨୦ ମଇରେ ଏହି ଇଭେଣ୍ଟ ଅନୁଷ୍ଠିତ ହେବ । ଏହା ସହିତ ସେ କହିଛନ୍ତି ଏହି ଇଭେଣ୍ଟରୁ ଯେଉଁ ଅର୍ଥ ଆସିବ ତାହାକୁ ଏକ ଚ୍ୟାରେଟିକୁ ଦିଆଯିବ ।

ଏହା ପୂର୍ବରୁ ଅଭିନେତା ଅକ୍ଷୟ କୁମାର ମଧ୍ୟ ଫିଲ୍ମ ‘ରୁସ୍ତମ’ରେ ପିନ୍ଧିଥିବା ନୌବାହିନୀର ପୋଷାକକୁ ନିଲାମ କରିଥିଲେ । ଏହାର ଅର୍ଥକୁ ସେ ପଶୁ ସମ୍ପଦ ଉନ୍ନତିରେ ଲଗାଇବେ ବୋଲି ଘୋଷଣା ନକରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More