Only for Entertainment

କପୂର ପରିବାର ସହ ବଢୁଛି ଆଲିୟାଙ୍କ ସମ୍ପର୍କ , ଫଟୋ ହେଉଛି ଭାଇରାଲ !

38

ଆଲିୟା ଭଟ୍ଟ ଏବଂ ରଣବୀର କପୂରଙ୍କ ଅଫେୟାର ଚର୍ଚ୍ଚା ଅନେକ ସମୟରେ ସାମ୍ନାକୁ ଆସିଥାଏ । ଦୁହିଁଙ୍କ ଫଟୋ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାଏା କିଛି ଦିନ ହେବ ଆଲିୟା କପୂର ପରିବାର ସହ ନିକଟତର ହେବା ଚର୍ଚ୍ଚା ଜୋର ଧରିଛି । ନିକଟରେ ଆଲିୟା ରଣବୀର କପୂର ଏବଂ ତାଙ୍କ ମା ନିତୁ କପୂରଙ୍କ ସହ ଡିନର ଡେଟରେ ଆଲିୟା ନଜର ଆସିଥିଲେ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋରେ ଆଲିୟାଙ୍କର ରଣବୀରଙ୍କ ପରିବାର ସହ ଜବରଦସ୍ତ ବଣ୍ଡିଂ ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ ଆଲିୟା ନିତୁ କପୂରଙ୍କ ସହ ଡିନର ଡେଟ ଏବଂ ଖାସ ମୁହୁର୍ତ୍ତରେ ନଜର ଆସିଛନ୍ତି ।

ଆପଣଙ୍କର ହୁଏତ ମନେ ଥିବ କିଛି ଦିନ ପୂର୍ବେ ଆଲିୟା ଏବଂ ରଣବୀରଙ୍କ ପରିବାର ଲଣ୍ଡନ ଯାଇଥିଲେ । ଯେଉଁଠାରେ ସେମାନେ ମିଡିଆ ଠାରୁ ଦୂରରେ ଦୁହେଁ ଦୁହିଁଙ୍କ ସହ ସମୟ ବିତାଇଥିଲେ । ପରେ ଆଲିୟାଙ୍କୁ ଭଉଣୀ ସାହିନ ଭଟ୍ଟ ମଧ୍ୟ ଜଏନ କରିଥିଲେ । ଖୁବଶୀଘ୍ର ଆଲିୟା ଏବଂ ରଣବୀରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ସୁଟିଂ ଶେଷ ହେବାକୁ ଯାଉଛି । ଦୁହେଁ ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଥିବା ବେଳେ ଏହି ଫିଲ୍ମରେ ତାଙ୍କ ସହ ବିଗ ବି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More