Only for Entertainment

କୁନି ପିଲାଟିର ଡ୍ୟାନ୍ସ ଦେଖି ନିଜକୁ ଅଟକାଇ ପାରିଲେନି ଆଲିୟା, ମଂଚ ଉପରକୁ ଚଢି…….. ।

ndtv
11

ଆଲିୟା ଭଟ୍ଟ ଏବେ ଫିଲ୍ମ କଳଙ୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଯେଉଁଥିରେ ଏକା ସାଙ୍ଗରେ ନଜର ଆସିବେ ଆଲିୟା, ମାଧୁରୀ ଏବଂ ସୋନାକ୍ଷୀ । ଏହା ବ୍ୟତୀତ ସଂଜୟ ଦତ୍ତ, ବରୁଣ ଧାୱନ ଏବଂ ଆଦିତ୍ୟ ରୟ କପୁର ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମର ଟିମ ଏବେ ପ୍ରମୋଶନରେ ବ୍ୟସ୍ତ । ଯେଉଁ କାରଣରୁ କଳଙ୍କ ଟିମ ଫିଲ୍ମର ପ୍ରମୋଶନ ପାଇଁ ଏକ ଶୋ’ରେ ପହଂଚିଥିଲେ । ସେଠାରେ ଜଣେ ପ୍ରତିଯୋଗୀ କଳଙ୍କର ଘର ମୋରେ ପରଦେଶୀୟା ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଲେ । ପ୍ରତିଯୋଗୀଙ୍କ ଡ୍ୟାନ୍ସ ଦେଖିବା ପରେ ଆଲିୟା ପ୍ରୋତ୍ସାହିତ ହୋଇଗଲେ ଏବଂ ମଂଚ ଉପରେ ଡ୍ୟାନ୍ସ କରବାକୁ ପହଂଚିଗଲେ ।

https://www.youtube.com/watch?v=VqpVgfJ962s

 

ପ୍ରତିଯୋଗୀଙ୍କ ଡ୍ୟାନ୍ସ ଦେଖିବା ପରେ କେବଳ ଆଲିୟା ଆଶ୍ଚର୍ଯ୍ୟ ହୋଇ ଯାଇନଥିଲେ ବରଂ ସୋନାକ୍ଷୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଯେଉଁଥିରେ ସୋନା କମେଂଟ ଦେଲେଯେ ଯେଉଁ କାମ ତୁମେ ୬ ବର୍ଷରେ କରିଦେଲ ତାହା ବଡ଼ ମାନେ ମଧ୍ୟ କରିପାରିବେ ନାହିଁ ।

କଳଙ୍କର କାହାଣୀ ୧୯୪୫ର । ଯେତେବେଳେ ଭାରତ ଇଂରେଜ ମାନଙ୍କ ଅଧିନରେ ଥିଲା । ଫିଲ୍ମ ପ୍ରେମ କାହାଣୀ ଉପରେ ଆଧାରିତ । ତେବେ ଫିଲ୍ମ ସେଟରେ ଭରପୂର ଟଙ୍କା ଖର୍ଚ୍ଚ କରିଛନ୍ତି କରଣ ଜୋହର । ଏହାର ବଜେଟ ପ୍ରାୟ ୮୦ କୋଟି । ସବୁଠାରୁ ଖାସ କଥା ହେଉଛି ପ୍ରାୟ ୨୦ ବର୍ଷ ପରେ ଏକା ସାଙ୍ଗରେ ଏହି ଫିଲ୍ମରେ ସ୍କ୍ରିନ ଶେୟାର କରିବେ ସଂଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷୀତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More