Only for Entertainment

ଆଲିୟାଙ୍କ ଏହିଭଳି କାର୍ଯ୍ୟ ପାଇଁ ସମସ୍ତଙ୍କୁ ହେବ ଗର୍ବ, ଏପରି କରୁଛନ୍ତି ଲୋକଙ୍କ ଜୀବନକୁ ଆଲୋକମୟ ।

instagram
0 46

ବଲିଉଡ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଖୁବ କମ ବୟସରୁ ବିଭିନ୍ନ ପ୍ରକାର ଅଭିନୟ କରିସାରିଲେଣି ।ସେ ରାଜି, ହାଇୱେ ଏବଂ ଉଡତା ପଂଜାବ ଭଳି ଫିଲ୍ମରେ ନିଜର ଅଭିନୟ ଦେଇ ଏକ ପରିଚୟ ବନାଇ ସାରିଲେଣି । ଆଲିୟା ନା କେବଳ ସୁନ୍ଦର ମାତ୍ର ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ଏବେ କିଛି ଦିନ ତଳେ ସେ ଏଭଳି କିଛି କାର୍ଯ୍ୟ କରିଛନ୍ତି ଯାହା ଶୁଣି ସମସ୍ତେ ତାଙ୍କ ଉପରେ ଗର୍ବ ଅନୁଭବ କରିବେ ।

ଏଠାରେ ଆମେ କହି ରଖୁଛୁ ଯେ ଆଲିୟା ନିଜର କିଛି ଖାସ ଜିନିଷକୁ ନିଲାମ କରିବାକୁ ଚିନ୍ତା କରିଥିଲେ ମାତ୍ର ଏବେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳିଛି ।ଆଲିୟା ନିଜର କିଛି ଖାସ ଜିନିଷକୁ ନିଲାମ କରିଛନ୍ତି । ରିପୋର୍ଟ ମୁତାବକ ଆଲିୟା ନିଜର ଯେଉଁ ଜିନିଷ ନିଲାମ କରିଛନ୍ତି ସେଥିରୁ ମିଳିଥିବା ଟଙ୍କା ଏକାଠି କରାଯାଇଛି । ସେହି ଟଙ୍କାରେ ସେ କର୍ଣ୍ଣାଟକର ମଣ୍ଡ୍ୟା ଜିଲ୍ଲାସ୍ଥିତ କିକେରୀ ଗ୍ରାମରେ ୪୦ପରିବାରକୁ ବିଜୁଳି ଦେବା ଲାଗି ସ୍ଥିର କରାଯାଇଛି । ଏହିଭଳି ସାମାଜିକ କାର୍ଯ୍ୟ କରିବା ଲାଗି ଆଲିୟାଙ୍କୁ ବାଙ୍ଗାଲୁରୁର ଏକ ସଂସ୍ଥା ମଧ୍ୟ ସାହାଯ୍ୟ କରୁଛି ।

ଆଲିୟା କିଛି ଦିନ ତଳେ ଏକ ଟ୍ୱିଟ କରିଥିଲେ । ଏହି ଟ୍ୱିଟରେ ସେ ଲେଖିଥିଲେ ‘ମି ୱାଡରବ ଇଜ ସୁ ୱାଡରବ’କୁ ମିଳିଥିବା ଆଶ୍ଚର୍ଯ୍ୟଜନକ ରେସପନ୍ସ ଦ୍ୱାରା ଅନ୍ଧକାରରେ ରହୁଥିବା ୪୦ ପରିବାରଙ୍କୁ ବିଜୁଳି ଉପଲବ୍ଧ ପାଇଁ ସାହାଯ୍ୟ ମିଳିପାରିଛି । ଏଥିରେ ସବୁଠାରୁ ଭଲ କଥା ହେଉଛି ଏହି ପ୍ରୟାସରେ ଏବେ ଆହୁରୀ ୨୦୦ପରିବାରକୁ ଆଲୋକ ଯୋଗାଇବା ପାଇଁ ଯୋଜନା ଚାଲିଛି । ସତରେ , ଆଲିୟାଙ୍କର ଏଭଳି କାର୍ଯ୍ୟ ପ୍ରଶଂସନୀୟ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More