Only for Entertainment

ଆଲିୟା ଭଟ୍ଟଙ୍କର ହୋଇଯାଇଛି ବିବାହ, ନିଜେ କଲେ ଖୁଲାସା !

79

ଅଭିନେତ୍ରୀ ଆଲିୟା ଭଟ୍ଟ ଏବଂ ରଣବୀର କପୁର ନିଜ ସମ୍ପର୍କକୁ ନେଇ ସମସ୍ତଙ୍କ ସାମ୍ନାରେ ଖୋଲାଖୋଲି ଭାବେ ସ୍ୱୀକାର କରି ସାରିଲେଣି । ନିକଟରେ ଏଭଳି ଖବର ସାମ୍ନାକୁ ଆସିଥିଲା ଯେ ଆଲିୟା ଏବଂ ରଣବୀରଙ୍କ ମଧ୍ୟରେ କିଛି ଠିକ ଚାଲିନାହିଁ । ଏହାର କାରଣ ଏକ ଭିଡିଓ , ଯାହାକୁ ନେଇ ଏକ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଆଲିୟା ଏ ସମ୍ପର୍କରେ ଏକ ସାକ୍ଷାତକାରରେ ନିଜ ମତ ରଖିଛନ୍ତି ଯେ ତାଙ୍କର ରଣବୀରଙ୍କ ସହ ସମ୍ପର୍କ ଠିକ ଅଛି । ଦୁହେଁ ମିଶି ଏକାଠି ଭାଲେଂଟାଇନ ଡେ’ ମଧ୍ୟ ସେଲିବ୍ରେଟ କରିଥିଲେ । ଦୁହେଁ ନିଜ ସମ୍ପର୍କକୁ ଏବେ ଉପଭୋଗ କରୁଛନ୍ତି ।

ବିବାହ ବିଷୟରେ ଏବେ ପର୍ଯ୍ୟନ୍ତ ସ୍ଥିର କରି ନାହାନ୍ତି । ବିବାହ ଭଳି ବଡ ନିଷ୍ପତି ନେବା ପାଇଁ ସେ ଏବେ କମ ବୟସର ଅଟନ୍ତି । ଯଦି ତାଙ୍କୁ ଲାଗିବ କି ସେ ରଣବୀରଙ୍କ ସହ ଏକ ମଜଭୂତ ସମ୍ପର୍କରେ ଅଛନ୍ତି ତେବେ ସେ ବିବାହ ପାଇଁ ନିଷ୍ପତି ନେବେ । କେବଳ ସେତିକି ନୁହେଁ ଆଲିୟା ନିଜ କାମକୁ ବିବାହ କରିଛନ୍ତି ଏବଂ ଏହି ସମ୍ପର୍କରେ ସେ ଖୁବ ଖୁସି ଥିବା କହିଛନ୍ତି ଆଲିୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More