Only for Entertainment

ଆଲିଆ ଭଟ୍ଟ ଆରମ୍ଭ କଲେ ‘ସଡକ ୨’ର ସୁଟିଂ, ଫଟୋ ସେୟାର କରି କହିଲେ ନିଜ ମନ କଥା

23

୧୯୯୧ରେ ରିଲିଜ ହୋଇଥିବା ସୁପରହିଟ ଫିଲ୍ମ ‘ସଡକ’ର ରିମେକ ‘ସଡକ ୨’କୁ ନେଇ ଏବେ ଖୁବ ଚର୍ଚ୍ଚା । କିଛି ଦିନରୁ ଫିଲ୍ମ ‘ସଡକ ୨’କୁ ନେଇ କୌଣସି ନା କୌଣସି ଖବର ସାମ୍ନାକୁ ଆସୁଛି । ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ ଆଦିତ୍ୟ ରୟ କପୁର ରୋମାନ୍ସ କରୁଥିବାର ନଜର ଆସିବେ । ଫିଲ୍ମରେ ଏହି ଦୁଇ କଳକାରଙ୍କ ବ୍ୟତିତ ଫିଲ୍ମର ଓରିଜିନାଲ ଲିଡ କଳାକାର ସଂଜୟ ଦତ୍ତ ଏବଂ ପୂଜା ଭଟ୍ଟ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଆଲିଆଙ୍କ କ୍ୟାରିଅରର ସବୁଠାରୁ ବଡ ଫିଲ୍ମ ହେବାକୁ ଯାଉଛି କାରଣ ଏହି ଫିଲ୍ମ ଜରିଆରେ ସେ ନିଜ ପିତା ମହେଶ ଭଟ୍ଟ ଏବଂ ଭଉଣୀ ପୂଜା ଭଟ୍ଟଙ୍କ ସହିତ ପ୍ରଥମଥର ପାଇଁ କାମ କରିବେ ।

ଆଲିଆ ଭଟ୍ଟ ଶନିବାର ସଂଧ୍ୟାରେ ସଡକ ୨ର ସେଟରୁ ନିଆ ଯାଇଥିବା ଏକ ଫଟୋ ଇଂଷ୍ଟାଗ୍ରାମରେ ସେୟାର କରିଥିଲେ । ଅସଲରେ ଶନିବାର ଫିଲ୍ମ ସଡକ ୨ର ସୁଟିଂ ଆରମ୍ଭ ହୋଇଛି । ଆଲିଆ ଫିଲ୍ମର ସେଟରୁ ଫଟୋ ସେୟାର କରି କ୍ୟାପସନରେ ହୃଦୟକୁ ଛୁଇଲା ପରି କଥା ଲେଖିଥିଲେ ।

ଆଲିଆ ଲେଖିଥିଲେ, ‘ଆଜି ସଡକ ୨ର ପ୍ରଥମ ଦିନ । ଏବଂ ଏ ହେଉଛନ୍ତି ଯେ ପାପା ଯେ ଏହି ଫିଲ୍ମର ନିର୍ଦ୍ଦେଶକ ଏବଂ ସେ ହିଁ ଏହି କ୍ଲାପକୁ ଧରିଛନ୍ତି । ଏହା ସହିତ ଆଲିଆ ଆହୁରି ମଧ୍ୟ ଲେଖିଛନ୍ତି, କିଛି ଦିନରେ ମୁଁ ଫିଲ୍ମର ସୁଟିଂ ଆରମ୍ଭ କରିଦେବି । ସତ କହିବାକୁ ଗଲେ ମୋତେ ଖୁବ ଡର ଲାଗୁଛି । ଏପରି ଅନୁଭବ ହେନଉଛି ଯେ ମୁଁ ଏକ ଛୋଟ ମୂଷା ଯେ ଏକ ସୁନ୍ଦର ଏବଂ ଇମେସନରେ ଭରପୂର ପାହାଡକୁ ଡେଇଁବାକୁ ଚେଷ୍ଟା କରୁଛି ।’

ଏହି ଫିଲ୍ମ ଚଳିତ ବର୍ଷ ୧୫ ନଭେମ୍ବରରେ ରିଲିଜ ହେବ । ଆଶା କରାଯାଉଛି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More