Only for Entertainment

ଦିଲ୍ଲୀରେ ହେବ ‘ବାହୁବଳୀ’ ନିର୍ଦ୍ଦେଶକଙ୍କ ଫିଲ୍ମ ‘ଟ୍ରିପଲ ଆର’ର ସୁଟିଂ, ରାମ ଚରଣ ତେଜାଙ୍କ ସହିତ ରୋମାନ୍ସ କରିବେ ଆଲିଆ

Deccan Chronicle
69

‘କଳଙ୍କ’ ଏବଂ ‘ବ୍ରହ୍ନାସ୍ତ୍ର’ ପରେ ଆଲିଆ ଭଟ୍ଟ ନିଜର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଖୁବ ଶୀଘ୍ର ସେ ବାହୁବଳୀ ନିର୍ଦ୍ଦେଶକ ଏସ ଏସ ରାଜାମୌଲୀଙ୍କ ଫିଲ୍ମ ‘ଟ୍ରିପଲ ଆର’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଦେଶଭକ୍ତିରେ ଭରପୂର ଏହି ଆକ୍ସନ-ଡ୍ରାମା ଫିଲ୍ମରେ ଆଲିଆ ସାଉଥ ସୁପରଷ୍ଟାର ରାମଚରଣ ତେଜାଙ୍କ ସହିତ ଅନସ୍କ୍ରିନ ରୋମାନ୍ସ କରିବେ । ଫିଲ୍ମର କିଛି ଅଶଂର ସୁଟିଂ ଦିଲ୍ଲୀରେ କରାଯିବ । ଏହାର ଖୁଲାସା ନିର୍ଦ୍ଦେଶକ ଏକ ପ୍ରେସ ମିଟରେ କରିଛନ୍ତି । ଫିଲ୍ମର ହାଇଦ୍ରାବାଦ ସୁଟିଂ ପୁରା ଦେବା ପରେ ‘ଟ୍ରିପଲ ଆର’ ଟିମ ଦିଲ୍ଲୀ ଯାତ୍ରା କରିବେ ।

ramcharan

ମିଡିଆ ରିପୋର୍ଟ ଅନୁସାରେ ଦିଲ୍ଲୀ ସିଡ୍ୟୁଲରେ ଆଲିଆ ରାମଚରଣ ତେଜା ଏବଂ ଜୁନିଅର ଏଟିଆରଙ୍କୁ ଜଏନ କରିବେ ଏବଂ ତାଙ୍କର ସମସ୍ତ ସୁଟକୁ ପୂରା କରିବେ । ଏହା ସହିତ ଅଜୟ ଦେବଗନ ମଧ୍ୟ ଦିଲ୍ଲୀରେ ଟିମକୁ ଜଏନ କରିବେ ବୋଲି ଶୁଣିବାକୁ ମିଳୁଛି ।

ନିର୍ଦ୍ଦେଶକ ରାଜାମୌଲୀ ଦିଲ୍ଲୀରେ ଦୁଇ ମାସ ପର୍ଯ୍ୟନ୍ତ ଫିଲ୍ମର ସୁଟିଂ କରିବେ । ଏବଂ ସମସ୍ତ ଲିଜ ଷ୍ଟାର୍ସଙ୍କ ଜରୁରି ସିନର ସୁଟିଂ ପୂରା କରିବେ । କହିରଖୁଛୁ ଯେ, ଫିଲ୍ମରେ ଅ ଜୟ ଦେବଗନ କ୍ୟାମିୟୋ ଭାବେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More