Only for Entertainment

ଆଲିଆ ଭଟ୍ଟଙ୍କ କାର୍ବନ କପି ଅଟନ୍ତି ଏହି ଯୁବତୀ, ‘ଗଲି ବୟ’ର ଡାଇଲଗ କଲେ ରିକ୍ରିଏଟ

Bollywood Bubble
49

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ନିଜର ଆଗାମୀ ଫିଲ୍ମ ‘ଗଲି ବୟ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏବେ ଫିଲ୍ମର ପ୍ରମୋଶନ ଜୋରସୋରରେ ଚାଲିଛି । ତେବେ ଫିଲ୍ମର ଗୀତ ଏବଂ ଏହାର ଡାଇଲଗକୁ ରିକ୍ରିଏଟ କରାଯାଉଥିବାର ଦେଖିବାକୁ ମିଳିଛି । ଇତି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଯୁବତୀ ଆଲିଆ ଭଟ୍ଟଙ୍କ ଫିଲ୍ମର ଡାଇଲଗକୁ ରିକ୍ରିଏଟ କରୁଥିବାର ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଯୁବତୀ ଜଣଙ୍କ ଆଲିଆଙ୍କ କାର୍ବନ କପି ପରି ଦେଖାଯାଉଛନ୍ତି ।

ଭିଡିଓରେ ଯୁବତୀ ଜଣଙ୍କ ଆଲିଆଙ୍କ ଫିଲ୍ମ ଗଲି ବୟର ‘ଧୋପଦୁଙ୍ଗୀ’ ଡାଇଲଗକୁ ରିକ୍ରିଏଟ କରୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ସେ ଅବିକଳ ଆଲିଆଙ୍କ ପରି ଦେଖାଯାଉଛନ୍ତି । ଏହି ଯୁବତୀଙ୍କ ନାମ ହେଉଛି ଝବଦ୍ଭବଚ୍ଚବବଗ୍ଦଷଙ୍କ । ସେ ଏହି ଭିଡିଓକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ-

 

View this post on Instagram

 

#gullyboy #aliabhatt #aliabhattfans #ranveersingh

A post shared by sanayaashu (@ashu0876962) on

କହିରଖୁଛୁ ଯେ, ଫିଲ୍ମ ଗଲିବୟ ୧୪ ଫେବୃଆରୀରେ ରିଲିଜ ହେବ । ଫିଲ୍ମରେ ଆଲିଆଙ୍କ ଅପୋଜିଟରେ ରଣବୀର ସିଂ ନଜର ଆସିବେ । ଦୁହେଁ ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜୋୟା ଅଖତର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More