Only for Entertainment

କରଣ ଜୋହରଙ୍କୁ ଦେଖା କରିବାକୁ ତାଙ୍କ ଘରେ ପହଂଚିଲେ ଆଲିୟା, ଚିନ୍ତାରେ ଥିବା ନଜର ଆସିଲେ !

52

ବଲିଉଡ ଅଭିନେତ୍ରୀ ଆଲିୟା କିଛି ଦିନ ହେବ ‘ଦୋସ୍ତାନା୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଖବର ମଧ୍ୟରେ ଆଲିୟା କରଣଙ୍କୁ ଦେଖା କରିବା ଲାଗି ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ସବୁବେଳେ କ୍ୟାମେରାକୁ ଦେଖି କ୍ୟୁଟ ସ୍ମାଇଲ ଦେଉଥିବା ଆଲିୟା ଏହି ଫଟୋରେ ଉଦାସ ଥିବା ନଜର ଆସିଛନ୍ତି । କୌଣସି କଥା ପାଇଁ ସେ ଚିନ୍ତିତ ନଜର ଆସିଥିଲେ ।

ଏହି ଫଟୋରେ ସେ ଗୋଲାପୀ ରଂଗର ଟପ ପିନ୍ଧିଛନ୍ତି ଏବଂ ଏହାସହ ଏକ କଳା ରଂଗର ଜ୍ୟାକେଟ ପିନ୍ଧିଛନ୍ତି । ବିନା ମେକଅପର ସେ ନଜର ଆସିଥିଲେ ।


ଏବେ ଆଲିୟାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ରଣବୀର ସିଂଙ୍କ ସହ ଆଲିୟା ଗଲିବୟୋ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ସେ ଏକ ମୁସଲିମ ଝିଅ ଭୂମିକା ତୁଲାଇବେ । ଏହି ଫିଲ୍ମ ଚଳିତ ବର୍ଷ ପେବୃୟାର ୧୪ରେ ରିଲିଜ ହେବ ।

ଏହି ଫିଲ୍ମ ବ୍ୟତୀତ ସେ ତଖ୍ତରେ ମଧ୍ୟ ଦମଦାର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ବ୍ୟତୀତ କରୀନା କପୂର, ରଣବୀର ସିଂ, ବିକ୍କି କୌଶଲ, ଭୂମି ପେଡନେକର, ଜାହ୍ନବୀ କପୁର ଏବଂ ଅନୀଲ କପୂରଙ୍କ ଭଳି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More