Only for Entertainment

ଏହି ଫିଲ୍ମରେ ଟାଇଗରଙ୍କ ସହିତ ନଜର ଆସିବେ ଆଲିଆ ଭଟ୍ଟ

Firstpost Hindi
38

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟର ଜରିଆରେ ବଲିଉଡରେ ପାଦ ଦେବଇଥିଲେ । ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ । ଏବେ ଆଲିଆ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ର ସିକ୍ୱଲରେ ଟାଇଗର ଶ୍ରଫଙ୍କ ସହିତ ଡ୍ୟାନ୍ସ କରୁଥିବା ନଜର ଆସିବେ । ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର -୨’ରେ ଦୁଇଟି ନୂଆ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ସେ ହେଉଛନ୍ତି ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିଆ । ଏହି ଦୁଇ ଅଭିନେତ୍ରୀଙ୍କ ସହିତ ଟାଇଗର ଏହି ଫିଲ୍ମରେ ନଜର ଆସିବେ ।

Student-Of-The-Year-2-1

ଖବର ଅନୁସାରେ ଫିଲ୍ମ ରେ ଟାଇଗର ଶ୍ରଫଙ୍କ ସହିତ ଆଲିଆ ଭଟ୍ଟଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଶୁଣିବାକୁ ମିଳୁଛି ଯେ, ଏହି ଫିଲ୍ମରେ ଆଲିଆ ଏକ ମସ୍ତିଭରା ଗୀତରେ ଟାଇଗରଙ୍କ ସହିତ ଝୁମୁଥିବାର ନଜର ଆସିବେ । ଏହି ଫିଲ୍ମର ସୁଟିଂ ଏବେ ଜୋରର ସୋରରେ ଚାଲିଛି । ଫିଲ୍ମଟି ପୂର୍ବ ଫିଲ୍ମ ପରି ଏକ କଲେଜ ଡ୍ରାମା ଫିଲ୍ମ ହେବ ।

ଆଲିଆଙ୍କ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଫିଲ୍ମରେ ତାଙ୍କ ଅପୋଜିଟରେ ରଣବୀର କପୁର ନଜର ଆସିବେ । ନିକଟରେ ତାଙ୍କ ଅଭିନିତ ଫିଲ୍ମ ଗଲିବୟ ରିଲିଜ ହୋଇଥିଲା । ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More