Only for Entertainment

କ୍ୟୁଟ ଫଟୋ ସହ ଆଲିୟା ଭଟ୍ଟ ବାପା ମହେଶ ଭଟ୍ଟଙ୍କୁ ଜଣାଇଲେ ଜନ୍ମଦିନ ଶୁଭେଚ୍ଛା !

27

ବଲିଉଡରେ ମହେଶ ଭଟ୍ଟ ସବୁଠାରୁ ଅଧିକ ଟ୍ୟାଲେଂଟଡ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ । ମହେଶ ଭଟ୍ଟଙ୍କ ଭଳି ବଲିଉଡରେ ତାଙ୍କ ଝିଅ ମଧ୍ୟ ଟାଲେଂଟେଡ ଅଭିନେତ୍ରୀ ମଧ୍ୟରେ ଜଣେ । ଆଜି ମହେଶ ଭଟ୍ଟ ୭୧ତମ ଜନ୍ମଦିନ । ସେପ୍ଟେମ୍ବର ୨୦ରେ ସେ ଜନ୍ମ ହୋଇଥିଲେ । ଏହି ମଉକାରେ ଆଲିୟା ନିଜ ବାପାଙ୍କୁ ସ୍ପେଶାଲ ଭାବେ ବର୍ଥଡେ ୱିଶ କରିଛନ୍ତି ।

ଆଲିୟା ନିଜ ବାପାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ଆଲିୟା ମଧ୍ୟ ବାପାଙ୍କ ସହ ପୋଜ ଦେଇଥିବା ନଜର ଆସିଛନ୍ତି ।

ଏହି ପୋଷ୍ଟ ଶେୟାର କରି ଆଲିୟା ଲେଖିଛନ୍ତି ଯେ ‘ହେଲୋ ପପ୍ସ, ଆପଣଙ୍କୁ ୨୬ବର୍ଷ ହେବ ଜାଣିଛି । ଆପଣ ଖୁବ ଭଲ । ଏହି ଭଳି ସୁନ୍ଦର ପୋଷ୍ଟ ଲେଖି ଶେୟାର କରିଛନ୍ତି ।

ଆଲିୟାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଆଲିୟା ନିଜ ବାପାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସଡକ୨’ରେ କାମ କରୁଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ପୂଜା ଭଟ୍ଟ, ସଂଜୟ ଦତ୍ତ, ଆଦିତ୍ୟ ରୟ କପୂର ମଧ୍ୟ ନଜର ଆସିବେ । ଏହାବ୍ୟତୀତ ଆଲିୟା କରଣ ଜୋହରଙ୍କ ଫିଲ୍ମ ତଖ୍ତ, ଅୟାନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ରରେ ଏବଂ ଏସଏସ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More