Only for Entertainment

ଝିଅ ଆଲିଆଙ୍କ ଉପରେ ଗର୍ବ କରନ୍ତି ମା’ ସୋନି ରାଜଦାନ, ‘ଗଲି ବୟ’ ଦେଖିବା ପରେ କହିଲେ ଏହି କଥା

hindustantimes
42

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର ସିଂଙ୍କ ଫିଲ୍ମ ‘ଗଲି ବୟ’ ଗୁରୁବାର ଅର୍ଥାତ ୧୪ ଫେବୃଆରୀରେ ରିଲିଜ ହୋଇସାରିଛି । ଆଲିଆ-ରଣବୀରଙ୍କ ଯୋଡିକୁ ଦର୍ଶକ ଖୁବ କରୁଥିବାର ଦେଖିବାକୁ ମିଳୁଛି । ସାଦାରଣ ଦର୍ଶକଙ୍କ ସହିତ ଆଲିଆଙ୍କ ମା’ ସୋନି ରଜଦାନ ମଧ୍ୟ ଫିଲ୍ମ ଦେଖିବା ପରେ ‘ଗଲି ବୟ’କୁ ପ୍ରଶଂସା କରିଛନ୍ତି । ସୋନି ରାଜଦାନ ଫିଲ୍ମ ଦେଖିବା ପରେ ଗୋଟିଏ ପରେ ଗୋଟିଏ ତିନୋଟି ଟ୍ୱିଟ କରିଥିଲେ ।

ପ୍ରଥମ ଟ୍ୱିଟ କରି ସୋନି ଲେଖିଥିଲେ, ଆଲିଆ ତୁମେ ଫିଲ୍ମରେ ବହୁତ ଭଲ କାମ କରିଛ । ତୁମେ ତୁମର ଚରିତ୍ରକୁ ସୁନ୍ଦର ଭାବେ ତୁଲାଇଛ । ପୁଣିଥରେ ତୁମେ ପ୍ରମାଣ କରିଛ ଯେ ତୁମେ ସବୁ ପ୍ରକାର ଚରିତ୍ରରେ ଅଭିନୟ କରିବା ପାଇଁ ସମର୍ଥ । ସଫିନାର ଚରିତ୍ର ଅନେକ ଝିଅଙ୍କୁ ପ୍ରେରଣା ଦେବ ।

ସୋନି ନିଜର ଅନ୍ୟ ଦୁଇଟି ଟ୍ୱିଟରେ ଜୋୟା ଅଖତର ଏବଂ ବାକି ଷ୍ଟାରକାଷ୍ଟଙ୍କୁ ପଶଂସା କରିଛନ୍ତି । ସେ ଲେଖିଛନ୍ତି, ସିଦ୍ଧାନ୍ତ ଚତୁର୍ବେଦୀଙ୍କ ବିନା ଗଲିବୟର ପ୍ରଶଂସା ପୂରା ହୋଇପାରିବ ନାହିଁ । ସିଦ୍ଧାନ୍ତ ଫିଲ୍ମରେ ଖୁବ ଚମତ୍କାର ଅଭିନୟ କରିଛନ୍ତି ।

ଶେଷରେ ମୁଁ ଜୋୟା ଅଖତରଙ୍କ ପ୍ରସଂସା କରିବାକୁ ଚାହିଁବି । ଯେ ଏହି ଭଳି ଭଲ ଫିଲ୍ମ ବିଷୟରେ ଚିନ୍ତା କଲେ । ଜୋୟାଙ୍କ ଏହି ଫିଲ୍ମର କାହଣୀ ସମସ୍ତ ନିଜ କାହଣୀ ସହିତ ଯୋଡି ପାରିବେ । ଜୋୟାଙ୍କୁ ଅନେକ ଅନେକ ଶୁଭେଚ୍ଛା ।
ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମରେ ରଣବୀର ସିଂ ଏକ ର‌୍ୟାପର ଭୂମିକାରେ ନଜର ଆସିଛନ୍ତି । ଆଲିଆଙ୍କୁ ରଣବୀରଙ୍କ ଲଭର ଭୂମିକାରେ ଦେଖିବାକୁ ମିଳିଛି । ଦୁହେଁ ପ୍ରଥଥର ପାଇଁ ବଡ ପରଦାରେ ସ୍କ୍ରିନ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More