Only for Entertainment

ହଲିଉଡ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି ଆଲିୟା, ଖୁବଶୀଘ୍ର ପ୍ରବେଶ କରିବେ

26

ବଲିଉଡରୁ ହଲିଉଡ ଯାଇ ଖୁବ ନା କମେଇ ସାରିଲେଣି ବଲିଉଡ ସେଲିବ୍ରେଟୀ । ପ୍ରିୟଙ୍କା ଚୋପ୍ରାଙ୍କ ଠାରୁ ଆରମ୍ଭ କରି ଐଶ, ଦୀପିକାଙ୍କ ଭଳି ଅଭିନେତ୍ରୀ ମାନେ ହଲିଉଡରେ କାମ କରି ନିଜର ଜଲୱା ଦେଖାଇ ସାରିଛନ୍ତି । ଏବେ ଟ୍ରେଣ୍ଡରେ ଯୋଡ଼ି ହେବାକୁ ଯାଉଛନ୍ତି ବଲିଉଡର ଚୁଲବୁଲି ନାୟିକା ଆଲିୟା ଭଟ୍ଟ ।ଏଥିପାଇଁ ସେ ହଲିଉଡ୍‌ରେ ଜଣେ ଏଜେଣ୍ଟ ଖୋଜୁଛନ୍ତି, ଯିଏ କି ତାଙ୍କୁ ଏଥିରେ ସାହାଯ୍ୟ କରିପାରିବେ।ଏପରିକି ଆଲିୟା ଏବେ ଇଣ୍ଟରନ୍ୟାସ୍‌ନାଲ୍‌ ଅଡିସନ୍‌ ଓ କାଷ୍ଟିଂ ବିଷୟରେ ଅପଡେଟ୍‌ ରହିବା ପାଇଁ ହଲିଉଡ୍‌ରେ ଜଣେ ମ୍ୟାନେଜର ବି ଖୋଜୁଥିବା ଖବର ମିଳିଛି। ଅଞ୍ଜୁଲା ଆଚାରିଆଙ୍କ ଭଳି ଜଣେ ଯୋଗ୍ୟ ମ୍ୟାନେଜର ଓ  ଇଣ୍ଟରନ୍ୟାସନାଲ୍ ସେଲେବ୍ରିଟି ଏଜେଣ୍ଟ ଖୋଜୁଛନ୍ତି ଆଲିଆ। ଅଞ୍ଜୁଲା ହିଁ ପ୍ରିୟଙ୍କାଙ୍କୁ ହଲିଉଡ୍‌ରେ ଏଣ୍ଟ୍ରିରେ ସାହାଯ୍ୟ କରିଥିଲେ। ଆଲିଆ ଏବେ ଲସ୍ଏଞ୍ଜଲସ୍‌ରେ ଛୁଟି କାଟୁଛନ୍ତି। ସେଠାକାର କିଛି ଫୋଟକୁ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର୍ କରିଛନ୍ତି।

 

ସୂଚନାଯୋଗ୍ୟ, ଆଲିଆଙ୍କ ହାତରେ ବର୍ତ୍ତମାନ ବଲିଉଡ୍‌ର କିଛି ବଡ଼ ବଡ଼ ପ୍ରୋଜେକ୍ଟ ରହିଛି। ତାଙ୍କର ଅପ୍‌କମିଂ ଫିଲ୍ମ ହେଉଛି ‘ବ୍ରହ୍ମାସ୍ତ୍ର’, ଯାହା ଆସନ୍ତା ମାସରେ ରିଲିଜ୍ ହେବ। ଏଥିରେ ତାଙ୍କ ସହିତ ରଣବୀର କପୁର ମଧ୍ୟ ଅଛନ୍ତି। ଏଥିସହ ଆଲିଆ ନିଜ ହୋମ୍‌ ପ୍ରଡକ୍ସନ୍‌ ଫିଲ୍ମ ‘ସଡ଼କ ୨’ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ଆଲିଆଙ୍କ ବ୍ୟତୀର ଆଦିତ୍ୟ ରାୟ କପୁର, ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ ଅଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More