Only for Entertainment

ବିବାହ ପରେ ଆକ୍ଟିଙ୍ଗ ଛାଡିଦେବେ କି ଆଲିଆ ? ଜାଣନ୍ତୁ କ’ଣ ରହିଛି ତାଙ୍କ ଉତ୍ତର ।

bollywooddhamaka.in
0 63

ବଏଫ୍ରେଣ୍ଡ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ବ୍ରେକଅପ ପରେ ରଣବୀର କପୁରଙ୍କ ସହ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ବଲିଉଡର ଚୁଲବୁଲି ନାୟିକା ଆଲିୟା ସବୁବେଳେ ମନ ମତାଣିଆ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏହିଭଳି ଥରେ ରଣବୀର କପୁରଙ୍କୁ ବିବାହ କରିବା କଥାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ଏହିଥର କିଛି ଏଭଳି କଥାକୁ ନେଇ ଆଲିୟା ଚର୍ଚ୍ଚାରେ ଅଛନ୍ତି ଯାହା ପୂର୍ବ ଅପେକ୍ଷା ସାମାନ୍ୟ ଭିନ୍ନ,କିନ୍ତୁ ଏହା ମଧ୍ୟ ତାଙ୍କ ବିବାହକୁ ନେଇ । ପ୍ରଶ୍ନଟି ତାଙ୍କୁ କୌଣସି ରିଆଲିଟି ଶୋ’ରେ ପଚରା ଯାଇନଥିଲା ବରଂ ଏହା ପଚରା ଯାଇଥିଲା ଇଂଷ୍ଟାଗ୍ରାମ ଅର୍ଥାତ ସୋସିଆଲ ମିଡିଆରେ ।

ବାସ୍ତବରେ ଇଂଷ୍ଟାଗ୍ରାମରେ “ଆସ୍କ ମି ଏନିଥିଙ୍ଗ” ନାମରେ ଏକ ଖେଳ ହେଉଥିଲା,ଯେଉଁଥିରେ ଆଲିୟାଙ୍କୁ ଜଣେ ଫ୍ୟାନ ପଚାରିଥିଲେଯେ ସେ ବିବାହ ପରେ ଅଭିନୟ କରିବେ ନା ଛାଡ଼ିଦେବେ । ଏ ପ୍ରଶ୍ନ ଶୁଣି ଆଲିଆ ତାଙ୍କୁ ଉତ୍ତରରେ କହିଥିଲେ ଯାହା ଭି ହେଉ ନା କାହିଁକି ଆକ୍ଟିଙ୍ଗ ସେ ଛାଡିବେ ନାହିଁ ,ଅର୍ଥାତ ଷ୍ଟାଟସ ଛଡା ସେ କୌଣସି ଜିନିଷକୁ ଛାଡିପାରିବେନି ବୋଲି କହିଥିଲେ ,ଏବଂ ଲମ୍ବା ମସୟ ପର୍ଯ୍ୟନ୍ତ କାମ କରିବେ । କେବଳ ସେତିକି ନୁହେଁ ଆଲିୟା ଇଂଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍ସଙ୍କୁ ଏହିଭଳି ଅନ୍ୟ କେତେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More