Only for Entertainment

ନିର୍ବନ୍ଧ କରିବେ ଆଲିୟା ଓ ରଣବୀର ।

aajtak
38

ଖୁବ ଲମ୍ବା ସମୟ ଧରି ଆଲିୟା ଏବଂ ରଣବୀରଙ୍କୁ ଚର୍ଚ୍ଚା ହେଉଛି । କିନ୍ତୁ ଦୁଇଜଣଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ଦୁଇଜଣଙ୍କ ଅଫେୟରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ତାଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଚାଲିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦୁହେଁ ଆସନ୍ତା ଜୁନ୍ ମାସରେ ନିର୍ବନ୍ଧ କରିବେ ବୋଲି ଜଣା ପଡ଼ିଥିବା ବେଳେ ରଣବୀର ନିଜ ମା’ ନୀତୁ କପୁରଙ୍କ କଥା ମାନି ଏଭଳି ନିଷ୍ପତ୍ତି ନେଇଥିବା ସାମ୍ନାକୁ ଆସିଛି । ମା’ ନିତୁ ସ୍ନେହରେ ରଣବୀରଙ୍କୁ ରେମଣ୍ଡ ବୋଲି ଡାକିଥାନ୍ତି । କିଛି ଦିନ ତଳେ ରଣବୀରଙ୍କ ଭଉଣୀ ଦୁହିଁଙ୍କୁ ଏଆର୍ ଲେଖାଥିବା ଦୁଇଟି ମୁଦି ଉପହାରରେ ଦେଇଥିବା ବେଳେ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ଦୁହେଁ ନିର୍ବନ୍ଧ କରିବା ନେଇ ଖବର ମିଳିବା ପରେ ଦୁହିଁଙ୍କ ପ୍ରଶଂସକ ଖୁବ୍ ଉତ୍ସାହିତ ହୋଇ ଉଠିଥିବା ଦେଖା ଯାଇଛି । ଜୁନ୍ ମାସରେ ଦୁହେଁ ବିବାହ କରିବେ ବୋଲି ଖବର ମିଳିଥିବା ବେଳେ ଏ ଏପର୍ଯ୍ୟନ୍ତ ତାରିଖ ସାମ୍ନାକୁ ଆସି ପାରି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More