Only for Entertainment

ସଲମାନଙ୍କ ପାଇଁ ଆମୀରଙ୍କ ଫିଲ୍ମ ଛାଡିଥିଲେ ଆଲିଆ, ଏବେ ନା ହାତରେ ଅଛି ସଲମାନଙ୍କ ଫିଲ୍ମ ନା ଆମୀରଙ୍କ…

google
88

ଦୀର୍ଘ ଦିନ ପରେ ସଞ୍ଜୟ ଲୀଲା ଭଂସାଲୀ ସଲମାନଙ୍କ ସହିତ ପୁଣିଥରେ ‘ଇନସାଆଲ୍ଲାହ୍’ ନାମରେ ଏକ ଫିଲ୍ମ କରିବାକୁ ଯାଉଥିଲେ । ଏହି ଫିଲ୍ମରେ ସଲମାନଙ୍କ ବିପଷରେ ପ୍ରଥମଥର ପାଇଁ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିଥାନ୍ତା ଓ ଏହି ଫିଲ୍ମ ଆଗାମୀ ସେପ୍ଟେମ୍ବରରେ ରିଲିଜ୍ ମଧ୍ୟ ହୋଇଥାନ୍ତା। କିନ୍ତୁ କିଛି କାରଣ ବଶତଃ ଏହି ସିନେମା ଏବେ ନିର୍ମାଣ ହେବ କି ନାହିଁ ତାହା ଏବେ ସନ୍ଦେହ ଭିତରେ ଅଛି ।

ସଲମାନ ଖାନ ନିଜ ଟ୍ୱିଟର ଆକାଉଣ୍ଟରେ ଘୋଷଣା କରିଛନ୍ତି କି, ଏହି ଫିଲ୍ମ କିଛି ମାତ୍ରାରେ ଆଗକୁ ବଢିଛି । କିନ୍ତୁ ଭସାଂଲୀଙ୍କ ପ୍ରଡକ୍ସନ ହାଉସ୍‍ ସ୍ପଷ୍ଟ କରିଛି କି, ଏହି ଫିଲ୍ମକୁ ଏବେ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଭସାଂଲୀଙ୍କ ଏହି ଫିଲ୍ମ ସ୍ଥଗିତ ରହିବା ପରେ ସଲମାନ ନିଜର ଅନ୍ୟ ଫିଲ୍ମରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଏଥିରେ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡିଛି ଆଲିଆଙ୍କୁ । କାରଣ ଆଲିଆ ଭଟ୍ଟଙ୍କୁ କିଛି ଦିନ ହେବ ଅନେକ ଫିଲ୍ମର ଅଫର ହୋଇଥିଲା ସେ କିନ୍ତୁ ଭସଂଲୀ ଓ ସଲମାନଙ୍କ ସହ ଫିଲ୍ମ କରିବେ ବୋଲି ଏହି ସବୁ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ଏହିସବୁ ଫିଲ୍ମ ଭିତରେ ଥିଲା ଆମୀର ଖାନଙ୍କ ଏକ ଫିଲ୍ମ । ଏହାକୁ ନେଇ ଆଲିଆ ଏବେ ବହୁତ ବ୍ୟସ୍ତ ଅଛନ୍ତି । କାରଣ ତାଙ୍କ ପାଇଁ ସଲମାନଙ୍କ ସହ କାମ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା, ଆମୀର ଖାନଙ୍କ ସହିତ କାମ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ଭସାଂଲୀଙ୍କ ପାଇଁ ଆଲିଆ ଏହି ସୁଯୋଗକୁ ହାତଛଡା କରିଥିଲେ। ଏବେ ଆଲିଆଙ୍କ ହାତରେ ନାଁ ଅଛି ସଲମାନଙ୍କ ଫିଲ୍ମ ନା ଆମୀରଙ୍କ ଫିଲ୍ମ । ଏହା ସହିତ ଭସାଂଲୀଙ୍କ ସହିତ କାମ କରିବାର ଆଲିଆଙ୍କର ଯେଉଁ ସ୍ୱପ୍ନ ଥିଲା ତାହା ମଧ୍ୟ ପୂରଣ ହୋଇ ପାରିଲା ନାହିଁ ।

କହିରଖୁଛୁ ଯେ, ଦୀର୍ଘ ୨୦ ବର୍ଷ ପରେ ସଲମାନ ଓ ଭସାଂଲୀଙ୍କୁ ଫିଲ୍ମ ‘ଇନସାଆଲ୍ଲାହା’ ମାଧ୍ୟମରେ ପୁଣି ଥରେ ଏକାଠି ଦେଖିବାକୁ ମିଳିଥାନ୍ତା । ଏହି ଯୋଡିଙ୍କୁ ୧୯୯୯ ରିଲିଜ୍ ହୋଇଥିବା ଫିଲ୍ମ ‘ହମ ଦିଲ୍ ଦେ ଚୁକେ ସନମ୍’ରେ ଏକାଠି ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ସେତବେଳେ ସବୁଠାରୁ ବଡ ବ୍ଲକବଷ୍ଟର ଫିଲ୍ମ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More