Only for Entertainment

ରଣବିରଙ୍କ ସହ ସମ୍ପର୍କକୁ ନେଇ ଆଲିଆଙ୍କ ବୟାନ ଥିଲା କିଛି ଏଭଳି !

YouTube
0 108

ପ୍ରେମ ଯୋଡି ରଣବିର୍ କପୁର୍ ଓ ଆଲିଆ ଭଟ୍ଟଙ୍କ ସମ୍ପର୍କ ଥିବା ନେଇ ଏବେ ସବୁଆଡେ ଚର୍ଚ୍ଚା । ଦୁହେଁ ସିଧାସଳଖ ନହେଲେ ବି ପରୋକ୍ଷ ଭାବେ ସମ୍ପର୍କରେ ଥିବା ନେଇ ଦେଇଛନ୍ତି ହିଂଟ୍ । ଆଉ ଦୁହିଁଙ୍କ ପରିବାର ବି ଏମାନଙ୍କ ସମ୍ପର୍କ ନେଇ ବେଶ ଖୁସି ଥିବା କୁହାଯାଉଛି । ଏମିତିକି ଦୁହେଁ ଆସନ୍ତା ବର୍ଷ ବିବାହ ବି କରିପାରନ୍ତି ବୋଲି ଚର୍ଚ୍ଚା ବି ହେଉଛି । ହେଲେ ବିବାହ ବିଷୟରେ ଅଭିନେତ୍ରୀ ଆଲିଆ ଭଟ୍ଟ କିନ୍ତୁ ଦେଇଛନ୍ତି ଭିନ୍ନ ବୟାନ । ଆଲିଆ କହିଛନ୍ତି ଏବେ ସେ ନିଜ ଲାଇଫ୍ର ସବୁଠାରୁ ଭଲ ପର୍ଯ୍ୟାୟରେ ଅଛନ୍ତି । ଆଉ ସେ ଏହି ମୁହୂର୍ତକୁ କରୁଛନ୍ତି ଉପଭୋଗ । ନିକଟରେ ଏକ ବ୍ୟାଗ୍ ବ୍ରାଣ୍ଡର ନ୍ୟୁ କଲେକ୍ସନ୍ ଲଂଚ୍ ଅବସରରେ ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସିଥିଲେ ର୍ୟାମ୍ପରେ ।

ଆଉ ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଦେଇଥିଲେ କିଛି ଏହିପରି ଉତ୍ତର ଯେ ସେ ର୍ୟୁମର୍କୁ ନେଇ ପ୍ରତିକ୍ରିୟା ଦିଅନ୍ତି ନାହିଁ.. ର୍ୟୁମର୍ ହୋଇଥାଏ କେବଳ କଥା କହିବା ପାଇଁ.. ଏଥିରେ ପ୍ରତିକ୍ରିୟା ଦେବା କଥା ନୁହେଁ.. ଆଉ ଏଥିରେ ବି ତାଙ୍କର କିଛି ଅସୁବିଧା ନାହିଁ.. ଯେବେ ପର୍ଯ୍ୟନ୍ତ କେହି ତାଙ୍କ ବାଥରୁମ୍ ଭିତରେ ପ୍ରବେଶ ନକରୁଛି.. କି ସେଭଳି ଖରାପ କଥା ତାଙ୍କ ବିଷୟରେ ନ କହୁଛି.. ବାକି ତାଙ୍କ ବିଷୟରେ ଯାହା କହିଲେ ଚଳିବ.. କିନ୍ତୁ ହଁ.. କହିବାକୁ ଗଲେ ଏବେ ତାଙ୍କ ଜୀବନ ସବୁଠାରୁ ଭଲ ଫେଜ୍ରେ ଅଛି.. ବ୍ୟକ୍ତିଗତ ଜୀବନ ଓ ପ୍ରଫେସନାଲ୍ ଜୀବନରେ ସେ ଭଲ ସ୍ଥାନରେ ଥିବା ଏବଂ ଏହାକୁ ଉପଭୋଗ କରୁଥିବା ଆଲିୟା କହିଛନ୍ତି ।

ତେବେ ଆଲିଆ ଏଭଳି ମନ୍ତବ୍ୟ ଦେଇ ଆମକୁ ଜଣାଇଦେଲେ ଯେ, ସେ ରଣବିରଙ୍କ ସହ ରିଲେସନସିପକୁ ଉପଭୋଗ କରୁଛନ୍ତି । ଆଉ ତାଙ୍କ ନାଁରେ ବି ଯାହା ର୍ୟୁମର୍ ଆସୁଛି ତାହା ସତ । ତେବେ ଆଲିଆଙ୍କୁ ନିକଟରେ କ୍ୟାପ୍ରିସ୍ ବ୍ୟାଗର ନ୍ୟୁକଲେକ୍ସନ୍ ଲଂଚ ଅବସରରେ ଦେଖିବାକୁ ମିଳିଥିଲା । ଏହି ବ୍ରାଣ୍ଡକୁ ଆଲିଆ ଏଣ୍ଡୋର୍ସ କରୁଛନ୍ତି । ଆଉ ର୍ୟାମ୍ପରେ ବି ଏହି ବ୍ୟାଗ୍ ଧରି ଚାଲିବାରେ ନଜର ଆସିଥିଲେ ଆଲିଆ ଭଟ୍ଟ । ଏହି ଅବସରରେ ଆଲିଆଙ୍କୁ ଏକ ଆକର୍ଷଣୀୟ ଲାଲ୍ ରଙ୍ଗରର ଡ୍ରେସରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More