Only for Entertainment

ଆଲିୟା ଭଟ୍ଟ ଏବଂ ଶ୍ରଦ୍ଧାଙ୍କୁ ଦେଖି ଏହି ଭୋଜପୁରୀ ଅଭିନେତ୍ରୀ ମଧ୍ୟ କଲେ ଏହି କାମ ।

latest bollywood stars
0 33

ବଲିଉଡର କେତେକ ଅଭିନେତ୍ରୀ ଗୀତରେ ମଧ୍ୟ ଡେବ୍ୟୁ କରଛନ୍ତି । ଏହି ଲିଷ୍ଟରେ ସର୍ବ ପ୍ରଥମେ ଆଲିୟା ଏବଂ ଶ୍ରଦ୍ଧା କପୁରଙ୍କ ନାମ ଯୋଡ଼ି ହୋଇଛି । ବଲିଉଡର ଏହି ଟ୍ରେଣ୍ଡକୁ ଏବେ ଭୋଜପୁରୀ ସିନେମା ଅନୁସରଣ କରୁଥିବା ନଜର ଆସିଛି । ନିକଟରେ କୁଇନ ଅଫ ଭୋଜପୁରୀ ରାନୀ ଚାଟାର୍ଜୀ ଗୀତରେ ଡେବ୍ୟୁ କରିଛନ୍ତି ।

ଭୋଜପୁରୀ ସିନେମାର ହଟ ଆଣ୍ଡ ସେକ୍ସି ଅଭିନେତ୍ରୀ ରାନୀ ଚାଟାର୍ଜୀ ନିଜ ଅଭିନୟର ଯାଦୁ ଖେଳାଇ ସାରିଛନ୍ତି । କେବଳ ଅଭିନୟ ନୁହେଁ ବରଂ ଏବେ ସେ ଗୀତକୁ ମଧ୍ୟ ଆପଣାଇବାକୁ ଚାହୁଁଛନ୍ତି । ସେ ଫିଲ୍ମ ‘ରାଜା ୱେଡସ ରାନୀ’ରେ ନିଜର ଭଏସ ଦେଇଛନ୍ତି । ଦୀପକ ତିୱାରୀଙ୍କ ନିର୍ଦ୍ଦେଶନାରେ ରାନୀ ଦୁଇଟି ଗୀତ ରେକର୍ଡ଼ କରିଛନ୍ତି । ମଧୁକର ଆନନ୍ଦ ଏହାର ମ୍ୟୁଜିକ ଦେଇଛନ୍ତି । ଗୀତକୁ ସଭା ବର୍ମା ଲେଖିଛନ୍ତି । ରାନୀଙ୍କ ସହିତ ନିଶା ପାଣ୍ଡ୍ୟା ମଧ୍ୟ ଗୀତ ଗାଇଛନ୍ତି । ରାନୀଙ୍କ କହିବା ଅନୁସାରେ ମନେ ମନେ ଗୁଣୁଗୁଣୁ ହେବା ଏବଂ ପ୍ରଫେସନାଲ ସିଙ୍ଗର ଭିତରେ ଖୁବ ପାର୍ଥକ୍ୟ ରହିଛି । ତାଙ୍କ କହିବା ଅନୁସାରେ ଏହା ତାଙ୍କ ପାଇଁ ଆଡଭେଂଚର୍ସ ଅନୁଭୂତି ଥିଲା । ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More