Only for Entertainment

କାନ୍ଦିବାକୁ ଚାହୁଁଛନ୍ତି ଆଲିୟା ।

26

ଆଲିଆ ଭଟ୍ଟଙ୍କ ବ୍ୟକ୍ତିଗତ ଜୀବନ ଓ ବୃତ୍ତିଗତ ଜୀବନ ବେଶ୍‌ ସୁରୁଖୁରୁରେ ଚାଲିଛି। ସେ ନିଜକୁ ଜଣେ ଦକ୍ଷ ଅଭିନେତ୍ରୀ ରୂପେ ସାବ୍ୟସ୍ତ କରିସାରିଲେଣି। ଏଣେ ରଣବୀର କପୁରଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ବି ଠିକ୍‌ ଅଛି। ହେଲେ ଏବେ ଆଲିଆ ଭଟ୍ଟ ଏକ ରୋଗର ଶିକାର ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି। ଆଲିଆ କହିଛନ୍ତି ଯେ ସେ କେବେ ବି ମାନସିକ ଅବସାଦରେ ନ ଥିଲେ। କିନ୍ତୁ କିଛି ମାସ ହେବ ଉତ୍କଣ୍ଠାର ଶିକାର ହୋଇଛି। ଗତ ପାଞ୍ଚ ମାସ ହେବ ସେ ଏହାଦ୍ୱାରା ପୀଡ଼ିତା ।

 

ଆଲିଆ ଭଟ୍ଟ କହିଛନ୍ତି ଯେ ବେଳେ ବେଳେ ତାଙ୍କୁ କୌଣସି କାରଣ ନ ଥାଇ ମଧ୍ୟ କାନ୍ଦିବାକୁ ଇଛା ହେଉଛି। କିଛି ସମୟ ପରେ ଅବଶ୍ୟ ସେ ନିଜର ପୂର୍ବସ୍ଥିତିକୁ ଫେରି ଆସୁଥିବା କହିଛନ୍ତି। ଏହାକୁ ନେଇ ଖୁବ୍‌ ଚିନ୍ତାରେ ଅଛନ୍ତି ବୋଲି ମଧ୍ୟ କହିଛନ୍ତି ଆଲିଆ ଭଟ୍ଟ। ଏବେ ଆଲିଆ ଭଟ୍ଟ ତାଙ୍କର ଦୁଇଟି ନୂଆ ସିନେମା ‘କଲଙ୍କ୍‌’ଓ ‘ବ୍ରହ୍ମାସ୍ତ୍ର’ର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ଏଥିମଧ୍ୟରୁ ‘କଲଙ୍କ୍‌’ରେ ସେ ବରୁଣ ଧଓ୍ଵନ୍‌ଙ୍କ ବିପକ୍ଷରେ ଏବଂ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁରଙ୍କ ବିପକ୍ଷରେ ନଜର ଆସିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More