Only for Entertainment

ୟୁଟ୍ୟୁବରେ ହିଟ ହେଲା ‘ରେସ-୩’ର ତୃତୀୟ ଗୀତ ‘ଆଲ୍ଲାହ ଦୁହାଇ ହେ’, ୨୪ ଘଣ୍ଟାରେ ମିଳିଲା ୪୦ ଲକ୍ଷରୁ ଅଧିକ ଭ୍ୟୁଜ

koimoi
0 49

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ରେସ-୩’ର ତୃତୀୟ ଗୀତ ‘ଆଲ୍ଲାହ ଦୁହାଇ ହେ’ ଶୁକ୍ରବାର ଦିନ ରିଲିଜ କରାଯାଇଛି । ଗୀତକୁ ରିଲିଜ ହେବାର ୨୪ ଘଣ୍ଟା ପୁରିନଥିବା ବେଳେ ଏହା ଏବେ ଇଣ୍ଟରନେଟରେ ଧୁମ ମଚାଇଛି । ସେହିପରି ୟୁଟ୍ୟୁବରେ ରେସ-୩ର ଏହି ଗୀତ ନମ୍ବର ୩ରେ ଟ୍ରେଣ୍ଡ କରୁଛି । ଗୀତକୁ ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଥିବା ବେଳେ ଏବେ ମଧ୍ୟ ଭ୍ୟୁଜ ବଢିବାରେ ଲାଗିଛି । ଗୀତରେ ସଲମାନ ଖାନଙ୍କୁ ଜବରଦସ୍ତ ଅନ୍ଦାଜରେ ଦେଖିବାକୁ ମିଳିଛି ।

ଏହି ଗୀତ ‘ରେସ-୩’ ଫ୍ରାଞ୍ଚାଇଜର ଥିମ ସଙ୍ଗ ‘ଅଲ୍ଲାହ ଦୁହାଇ ହେ’ର ଅପଟେଡ ଭର୍ସନ । ଏହା ଲୋକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଛି । ନିଜର ପ୍ରତ୍ୟେକ ଫିଲ୍ମରେ ସଲମାନଙ୍କ ଡ୍ୟାନ୍ସ ମୁଭ ଭିନ୍ନ ରହିଥାଏ । ସଲମାନଙ୍କ ଏହି ଭିନ୍ନ ଅନ୍ଦାଜ ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି ।

ଏହା ପୂର୍ବରୁ ଫିଲ୍ମର ୨ ଟି ଗୀତ ‘ହିରିୟେ’ ଏବଂ ‘ସେଲଫିସ’ ରିଲିଜ ହୋଇଥିଲା । ଏହା ଦର୍ଶକଙ୍କ ମନକୁ ମଧ୍ୟ ଛୁଇଁବାରେ ସଫଳ ହୋଇଛି ଏବଂ ୟୁଟ୍ୟୁବରେ ନମ୍ବର ୧ରେ ଟ୍ରେଣ୍ଡ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More