Only for Entertainment

ନିୟମିତ ଏହିଭଳି ଭାବେ ପିସ୍ତା ବାଦାମ ଖାଇଲେ ମିଳିବ ଅନେକ ଫାଇଦା !

180

ବାଦାମ ଦୁଇ ପ୍ରକାର ହୋଇଥାଏ ମିଠା ଏବଂ ରାଗ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ମିଠା ବାଦାମ ଖାଇଥାଉ ଏବଂ ରାଗ ବାଦାମ ତେଲ ପାଇଁ ବ୍ୟବହୃତ ହୋଇଥାଏ । ବାଦାମରେ ଅଧିକ ମାତ୍ରାରେ ନ୍ୟୁଟିସନ ରହିଥାଏ ଯାହା ପ୍ରୋଟିନ, ଓମେଗା ୩ ଫ୍ୟାଟି ଏସିଡ. ଓମେଗା ୬ଫ୍ୟାଟି ଏସିଡ, ଭିଟାମିନ ଇ, କ୍ୟାଲସିୟମ ଏବଂ ଫସଫରସ ଅଧିକ ମାତ୍ରାରେ ରହିଥାଏ । ଯାହା ମଣିଷକୁ ଅନେକ ରୋଗରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ । ନିୟମିତ ପିସ୍ତା ବାଦାମ ଖାଇବା ଫଳରେ ଶରୀରକୁ ଅନେକ ଫାଇଦା ମିଳିଥାଏ ବୋଲି ସମସ୍ତେ ଜାଣନ୍ତି। କେତେକ ଲୋକେ ଭାବନ୍ତି, ଏହି ଡ୍ରାଏ ଫ୍ରୁଟ୍‌କୁ ଚୋପା ସହିତ ଖାଇବା ଉଚିତ। ଯାହାଫଳରେ ସମସ୍ତ ପୋଷକତତ୍ତ୍ବ ଶରୀର ଅବଶୋଷଣ କରିପାରିବ। ଆଉ କେତେକ ଲୋକେ ପିସ୍ତା ବାଦାମର ଚୋପା ଛଡ଼ାଇ ଖାଇବା ଉଚିତ ବୋଲି ମନେକରନ୍ତି। ତେବେ ଆପଣ ପିସ୍ତା ବାଦାମ ଖାଇବାର ଉପଯୁକ୍ତ ପଦ୍ଧତି ଜାଣିଛନ୍ତି କି? ଚାଲନ୍ତୁ ଜାଣିବା ପିସ୍ତା ବାଦାମ ଖାଇବାର ଉପଯୁକ୍ତ ପଦ୍ଧତି ସମ୍ପର୍କରେ।

ଚୋପା ସହିତ ଖାଇବାର କ୍ଷତିକାରକ
ପିସ୍ତା ବାଦାମ ଚୋପାରେ ଟନିନ ନାମକ ଏଞ୍ଜାଇମ୍‌ ରହିଛି, ଯାହା ଏହାର ପୋଷକତତ୍ତ୍ବକୁ ଶରୀରରେ ସମ୍ପୂର୍ଣ୍ଣ ଭାବେ ଅବଶୋଷଣ ହେବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ତେଣୁ ପିସ୍ତା ବାଦାମକୁ ସବୁବେଳେ ଚୋପା ଛଡ଼ାଇ ଖାଇବା ଉଚିତ।

ରହିଛି ଅନେକ ପୋଷକତତ୍ତ୍ବ

ପିସ୍ତା ବାଦାମରେ ପ୍ରୋଟିନ୍‌, ଫାଇବର, ଭିଟାମିନ୍‌ ଇ, କ୍ୟାଲ୍‌ସିୟମ, ଜିଙ୍କ୍‌ ଭଳି ଅନେକ ପୋଷକତତ୍ତ୍ବ ରହିଛି। ଏହା ଶରୀରକୁ ବିଭିନ୍ନ ପ୍ରକାରର ଫାଇଦା ଦେଇଥାଏ।

ଭିଜାଇ ଖାଆନ୍ତୁ
ପିସ୍ତା ବାଦାମକୁ ରାତିରେ ଭିଜାଇ ରଖନ୍ତୁ ଓ ପରଦିନ ସକାଳେ ଏହାକୁ ସେବନ କରନ୍ତୁ। ଭିଜାଇବା ପରେ ପିସ୍ତା ବାଦାମ ନରମ ହୋଇଯାଏ ଓ ଚୋବାଇବାକୁ ସହଜ ହୁଏ। ଏହା ସହଜରେ ହଜମ ହୋଇପାରୁଥିବାରୁ ଶରୀର ପାଇଁ ମଧ୍ୟ ଲାଭଦାୟକ। ପିସ୍ତା ବାଦାମ ଭିଜିଯିବା ପରେ ଏହାର ଚୋପା ମଧ୍ୟ ସହଜରେ ଛାଡ଼ିଯାଏ।

ପେଟ ଠିକ୍‌ ରଖେ
ପେଟ ପାଇଁ ମଧ୍ୟ ପିସ୍ତା ବାଦାମ ଖୁବ୍‌ ଭଲ। ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରି ସାରା ଦିନ ଆପଣଙ୍କ ହଜମ କ୍ରିୟାକୁ ଠିକ୍‌ ରଖେ। ଏଥିସହିତ ଏହା ଗ୍ୟାସ ଏବଂ ପେଟ ଜଳିବା ଭଳି ସମସ୍ୟା ମଧ୍ୟ ଦୂର କରେ।

ହୃତ୍‌ପିଣ୍ଡ ଓ ରକ୍ତଚାପ ପାଇଁ ଲାଭଦାୟକ
ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ପିସ୍ତା ବାଦାମ ଖାଇବା ଦ୍ବାରା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ ମିଳେ। ଏଥିରେ ଥିବା ପୋଟାସିୟମ ଏବଂ ସୋଡିୟମ ଶରୀରରେ ରକ୍ତ ପ୍ରବାହ ଉତ୍ତମ ଭାବେ କରିଥାଏ। ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

ପିସ୍ତା ବାଦାମ ଖାଇବାର ଫାଇଦା
ପ୍ରତ୍ୟେକ ଦିନ ସକାଳୁ ପିସ୍ତା ବାଦାମ ଖାଇବା ଫଳରେ ଅନେକ ଫାଇଦା ମିଳିଥାଏ। ପ୍ରତ୍ୟେକ ଦିନ ସକାଳୁ ଏହାକୁ ସେବନ କରିବା ଦ୍ବାରା ଚର୍ବି କମ୍‌ ହେବାରେ ସାହାଯ୍ୟ ମିଳେ। ପିସ୍ତା ବାଦାମରେ ଥିବା ମନୋସାଚ୍ୟୁରେଡେଡ୍‌ ଫ୍ୟାଟ୍‌ ଭୋକ କମ୍‌ କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More