Only for Entertainment

ତ୍ୱଚାକୁ ସୁନ୍ଦର କରିବା ପାଇଁ ଏହିଭଳି ବ୍ୟବହାର କରନ୍ତୁ ଏଲୋଭେରା ।

Men's Health Singapore
35

ଏଲୋଭେରାକୁ ଔଷଧ ଭାବରେ ବ୍ୟବହାର କରାଯାଏ ଏହା ସମସ୍ତେ ଜାଣନ୍ତି । ଏହାକୁ ଆପଣ ବାହ୍ୟ ସୌନ୍ଦର୍ଯ୍ୟ ହେଉ ବା ଅନ୍ତଃ ରୋଗ ଭଲପାଇଁ ମଧ୍ୟ ବ୍ୟବହାର କରନ୍ତି । ଏହା ସୌନ୍ଦର୍ଯ୍ୟ ବଢାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ପୂର୍ବରୁ ଆମେ ଆପଣଙ୍କୁ ଏଲୋଭେରାର କେତେକ ଉପକାରୀ ଗୁଣ ବିଷୟରେ ଜଣାଇଥିଲୁ । ତେବେ ଆଜି ମଧ୍ୟ ସେହିଭଳି ଏକ ସୌନ୍ଦର୍ଯ୍ୟ ଟିପ୍ସ ବିଷୟରେ ଆଲୋଚନା କରିବା ।

 

ପ୍ରଥମେ  ଏକ ପାତ୍ର ନିଅନ୍ତୁ। ଏହା ପରେ ସେଥିରେ ଆଲୋଭେରା ଜେଲ ଏବଂ ନଡିଆ ତେଲ ପକାଇ ଭଲ ଭାବେ ମିଶ୍ରଣ କରି ଦିଅନ୍ତୁ।

-ବର୍ତ୍ତମାନ ଏହି ପେଷ୍ଟକୁ ଚେହେରା ଏବଂ ଗଳାରେ ଭଲ ଭାବେ ଲଗାନ୍ତୁ। ପ୍ରାୟ ୩ ମିନିଟ ହାଲକା ଭାବରେ ମସାଜ କରନ୍ତୁ।
-୧୫ ମିନିଟ ପରେ ଆପଣ ଆପଣଙ୍କ ଚେହେରାକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏହି ଜେଲର ବ୍ୟବହାର ଶୋଇବାକୁ ଯିବା ପୂର୍ବରୁ କରନ୍ତୁ। ସପ୍ତାହରେ ଅତି କମରେ ୩ ଥର ଏହାକୁ ଆପଣଙ୍କ ଚେହେରା ଏବଂ ବେକରେ ଲଗାନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More