Only for Entertainment

‘ବୁନିୟାଦ’ର ସାନବୋହୂଙ୍କ ସହିତ ଥିଲା ସଂସ୍କାରୀ ବାବୁଜୀ ଆଲୋକନାଥଙ୍କ ଅଫେୟର ।

69

ଆଲୋକନାଥଙ୍କ ଜନ୍ମ ୧୦ ଜୁଲାଇ ୧୯୫୬ରେ ବିହାରରେ ହୋଇଥିଲା । କ୍ୟାରିଅରର ଆରମ୍ଭରେ ଆଲୋକନାଥ କେତେକ ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ଏବଂ କେତେକ ରୋମାଂଟିକ ଫିଲ୍ମରେ କାମ କରିଥିଲେ । ଏହାପରେ ସେ କେତେକ ଫିଲ୍ମରେ ନିଜଠାରୁ ଅଧିକ ବୟସ୍କ ବ୍ୟକ୍ତି ଚରିତ୍ରରେ ଅଭିନୟ କଲେ । ଏହି ଚରିତ୍ରରେ ତାଙ୍କୁ ଏକ ପରିଚୟ ମିଳିଲା ଏବଂ ସେ ଇଣ୍ଡଷ୍ଟ୍ରିର ସଂସ୍କାରୀ ବାବୁଜୀ ହୋଇଗଲେ ।ଆଲୋକନାଥ ୫୦୦ରୁ ଅଧିକ ଫିଲ୍ମ ଏବଂ ୪୦ରୁ ୫୦ଟି ଟିଭି ଶୋ’ରେ କାମ କରିଛନ୍ତି । ସେ ଓସ୍କାର ୱିନିଙ୍ଗ ଫିଲ୍ମ’ଗାନ୍ଧି’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଆଲୋକନାଥ ନେସନାଲ ସ୍କୁଲ ଅଫ ଡ୍ରାମାରେ ଗ୍ରାଜୁଏସନ କରିଥିଲେ ।

ଆଜି ଆଲୋକନାଥଙ୍କ ୬୨ ତମ ଜନ୍ମଦିନ । ଆଲୋକନାଥ ‘ବୁନିୟାଦ’, ‘ଭାରତ ଏକ ଖୋଜ’,’ପିୟା କା ଘର’ ଏବଂ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଭଳି ଧାରାବାହିକରେ କାମ କରିଛନ୍ତି । ଫିଲ୍ମ କଥା ଯଦି ଆଲୋଚନା କରିବା ତେବେ ଆଲୋକଙ୍କ ‘ହମ ସାଥ ସାଥ ହୈଁ’ ସବୁଠାରୁ ଚର୍ଚ୍ଚିତ ଫିଲ୍ମ ।

ବୁନିୟାଦ ଧାରାବାହିକରେ କାମ କରିବା ବେଳେ ଆଲୋକ ବାବୁଜୀଙ୍କ ଚରିତ୍ରରେ ନଜର ଆସିଥିଲେ । ଧାରାବାହିକରେ ନୀନା ଗୁପ୍ତା ସାନ ବୋହୂ ଚରିତ୍ରରେ ନଜର ଆସିଥିଲେ । ସେହି ସମୟରେ ଦୁଇଜଣଙ୍କ ମଧ୍ୟରେ ରୋମାନ୍ସର ଖବର ସାମ୍ନାକୁ ଆସିଥିଲା । ଏକ ଇଂଟରଭ୍ୟୁରେ ଆଲୋକ କହିଥିଲେଯେ ତାଙ୍କ ଗର୍ଲଫ୍ରେଣ୍ଡ ଖୁବ କ୍ରେଜି ଥିଲେ ଏବଂ ସେ ଯୁବାବସ୍ଥାକୁ ଖୁବ ଉପଭୋଗ କରିଛନ୍ତି ।

କହିରଖୁଛୁ ଗତ ୨୦୧୮ ଆଲୋକନାଥଙ୍କ ପାଇଁ ଏକ କାଳ ବର୍ଷ ଥିଲା । ଯାହା ତାଙ୍କ ଜୀବନକୁ ଅନ୍ଧାର କରି ରଖିଦେଲା । ଇଣ୍ଡଷ୍ଟ୍ରିର କେତେକ ମହିଳା ତାଙ୍କ ନାମରେ ସେକ୍ସୁଆଲ ହାରାସମେଂଟ କେସ ଦେଇଥିଲେ । ଯାହା ଦ୍ୱାରା ତାଙ୍କୁ ଫିଲ୍ମ ଏସୋସିଲସନରୁ ବାହାର କରି ଦିଆଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More