Only for Entertainment

ମି ଟୁ ମାମଲାର ନୂଆ ମୋଡ଼, ଏଭଳି ପ୍ରଶ୍ନ କଲେ କୋର୍ଟ ।

india today
29

ମି ଟୁ କ୍ୟାମ୍ପେନ ବଲିଉଡରେ ଝଡ଼ ସୃଷ୍ଟି କରିଥିଲା । ଯେଉଁଥିରେ ଫସିଥିଲେ ଜଣକ ପରେ ଜଣେ ନାମିଦାମୀ କଳାକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକ । ଏହା ସହିତ ସାମିଲ ହୋଇଥିଲେ ଅନ୍ୟ ଜଗତର କଳାକାର । ସେ ଯାହା ହେଉ ଏବେ ମି ଟୁ ପ୍ରଭାବ ଥମି ଯାଇଛି ,କେବଳ ନଜର ରହିଛି ଆଲୋକନାଥଙ୍କ କେସ ଉପରେ । ତାଙ୍କ ଉପରେ ଯୌନ ଶୋଷଣର କେସ ଦେଇଥିଲେ ପ୍ରଯୋଜିକା ବିନୀତା ନନ୍ଦା । ଯାହାଙ୍କର କେସ ଏବେ କୋର୍ଟରେ ଚାଲିଛି । କିନ୍ତୁ କେସକୁ ନେଇ ଆସୁଛି ଭିନ୍ନ ଭିନ୍ନ ମୋଡ଼ । କେତେବେଳେ କୁହାଯାଉଛି ବିନୀତାଙ୍କୁ ମେଡିକଲ ଟେଷ୍ଟ କରିବା ପାଇଁ ତ କେତେବେଳେ କୁହାଯାଉଛି ସେ ମିଛ କହୁଛନ୍ତି । ଅବଶ୍ୟ ୨୦ ବର୍ଷ ପରେ ମେଡିକଲ ଟେଷ୍ଟ କରିବା ବୃଥା । କିନ୍ତୁ ଅଦାଲତ ବିନ୍‌ତାଙ୍କୁ ଭୁଲ ବୋଲି କହି ଆଲୋକ ନାଥ୍‌ଙ୍କୁ ଜାମିନ୍‌ ଦେଇଛି ।

ଅଦାଲତଙ୍କ କହିବା ଅନୁଯାୟୀ, ସେ ସମୟରେ ବିନ୍‌ତା ବୋଧହୁଏ ନିଜର ଲାଭ ଦେଖି ଅଭିଯୋଗ କରି ନଥିଲେ । ହୋଇପାରେ ଏବେ ସେ ଭୁଲ ଉପାୟରେ ଆଲୋକ ନାଥ୍‌ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫସାଇ ଥାଇ ପାରନ୍ତି । ବିନ୍‌ତା ସବୁ କିଛି ମନେ ରଖିଥିବା ବେଳେ ଘଟଣାର ତାରିଖ କେମିତି ମନେ ରଖି ନାହାନ୍ତି? ଏ ସବୁକୁ ଦୃଷ୍ଟିରେ ରଖି ଆଲୋକଙ୍କୁ ମିଛ ମାମଲାରେ ବିନ୍‌ତା ଫସାଇଥିବା ଆଶଙ୍କା କରାଯାଉଛି । ତେବେ ଦୁହେଁ ଏବେ ବିବାହିତ ହୋଇଥିବାରୁ ଦୁହିଁଙ୍କ ଡ଼ାକ୍ତରୀ ପରୀକ୍ଷା କରାଇବା ଠିକ୍‌ ହେବ ନାହିଁ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More