Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଆଳୁ ଜିଲାପି ।

zaykarecipes
0 65

ଆବଶ୍ୟକୀୟ ସାମଗ୍ରୀ :

୨୫୦ଗ୍ରାମ ଆଳୁ
୫୦ଗ୍ରାମ ଅଟା
୨୫୦ଗ୍ରାମ ଚିନି
କେସର
ଛାଣିବା ପାଇଁ ଘିଅ
୧/୪ କପ କ୍ଷୀର

ପ୍ରସ୍ତୁତି ପ୍ରଣାଳୀ :

ଗୋଟିଏ ପ୍ୟାନରେ ଦୁଇ କପ ପାଣି, ଚିନି, କେସର ପକାଇ ଅଳ୍ପ ଆଂଚରେ ଶିରା ପ୍ରସ୍ତୁତ କରନ୍ତୁ । ଶିରା ପ୍ରସ୍ତୁତ ହେଉଥିବା ବେଳେ ଆଳୁକୁ କୁକରରେ ସିଝାଇ ଦିଅନ୍ତୁ । ସିଝା ଆଳୁର ଚୋପା ଛଡାଇ ଗ୍ରାଇଣ୍ଡ କରିଦିଅନ୍ତୁ । ଏବେ ପେଶି ହୋଇଯାଇଥିବା ଆଳୁରେ ଅଟା ଏବଂ କ୍ଷୀର ମିଶାଇ ଜିଲାପିର ଘୋଳ ପ୍ରସ୍ତୁତ କରନ୍ତୁ । ଘୋଳ ପ୍ରସ୍ତୁତ ହୋଇଗଲା ପରେ ମୋଟା କପଡା କିମ୍ବା ପଲିଥିନରେ କୋନ ଆକୃତି କରି ସେଥିରେ ଘୋଳକୁ ପକାନ୍ତୁ । ଏବେ ଗ୍ୟାସରେ ପ୍ୟାନ ଥୋଇ ଘିଅ ଗରମ କରନ୍ତୁ । ଘିଅ ଗରମ ହୋଇଗଲା ପରେ ଗୋଲ ଗୋଲ କରି ଜିଲାପି ପେଷ୍ଟ ପକାନ୍ତୁ । ଜିଲାପି ସୁନେଲି ରଂଗ ହୋଇଗଲା ପରେ ତାକୁ କାଢି ଆଣି ପ୍ରସ୍ତୁତ ହୋଇଥିବା ଶିରାରେ ପକାନ୍ତୁ । ୨-୩ମିନିଟ ପରେ ଏହାକୁ ପାତ୍ରରେ କାଢି କେସର ଗାର୍ନିସ କରି ପରଷନ୍ତୁ ଆଳୁ ଜିଲାପି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More