Only for Entertainment

ଆଳୁ ଟିକ୍କି ପ୍ରସ୍ତୁତ ପ୍ରଣାଳୀ

Foodbiz Wholesale Distributors
38

ସାମଗ୍ରୀ:

ସିଝା ଆଳୁ ୪ ଟା, କଟା ଧନିଆପତ୍ର, କଞ୍ଚାଲଙ୍କା ୨ଟା, ଚାଟ୍‌ ମସଲା ଅଧା ଚାମଚ, ଗରମ ମସଲା ଅଧା ଚାମଚ, ଜିରା ଗୁଣ୍ଡ ଅଧାଚମଚ, ମଇଦା ଦୁଇ ବଡ଼ ଚାମଚ, ତେଲ, ପାଣି, ବ୍ରେଡ୍‌ ଗୁଣ୍ଡ, ଲୁଣ ସ୍ବାଦାନୁସାରେ ।

ପ୍ରସ୍ତୁତି ପ୍ରଣାଳୀ:

ସିଝା ଆଳୁରୁ ଚୋପା ଛଡାଇ ସେଥିରେ ଲୁଣ, ଲଙ୍କା, ଧନିଆପତ୍ର ଏବଂ ସମସ୍ତ ମସଲାଗୁଣ୍ଡ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାକୁ ଛୋଟ ଛୋଟ ଗୋଲ କରି ହାତରେ ଅଳ୍ପ ଚାପି ଟିକ୍କି ପ୍ରସ୍ତୁତ କରି ରଖନ୍ତୁ। ଏକ ପାତ୍ରରେ ମଇଦାରେ ପାଣି ଗୋଳାନ୍ତୁ। ଚୁଲାରେ ପ୍ୟାନ୍‌ ବସାଇ ତେଲ ଗରମ କରନ୍ତୁ। ଗୋଲ କରି ରଖିଥିବା ଆଳୁ ଚକଟାକୁ ଗୋଳା ମଇଦାରେ ବୁଡାନ୍ତୁ ଏବଂ ବ୍ରେଡ୍‌ ଗୁଣ୍ଡରେ ଲଗାଇ ଛାଣନ୍ତୁ। ପ୍ରସ୍ତୁତ ହୋଗଲା ଆଳୁ ଟିକ୍କି। ଏହାକୁ ଚଟଣି କିମ୍ବା ସସ୍‌ ସହିତ ଗରମ ଗରମ ପରଷନ୍ତୁ। .

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More