Only for Entertainment

ଭାରତ ଟିମକୁ ଚିୟର କରିବା ପାଇଁ ଗୀତ ‘ଆମେ ତ ଇଣ୍ଡିଆନ ହେବୁରେ ଚାମ୍ପିଅନ’ ର ଷ୍ଟୁଡିଓ ଭର୍ସନ ରିଲିଜ !

132

ଏବେ ବିଶ୍ୱ କପ ପାଇଁ କ୍ରିକେଟ ମ୍ୟାଚର ସିରିଜ ଚାଲିଛି । ଆଜି ପ୍ରଥମ ଥର ପାଇଁ ଭାରତ ମ୍ୟାଚର ସେମିଫାଇନାଲରେ ପାଦ ରଖିଛି । ତେବେ ଏହି ମ୍ୟାଚରେ ଭାରତ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଛି । ତେବେ ଏହି ମ୍ୟାଚର ମଜାକୁ ଆହୁରି ଆକର୍ଷଣୀୟ କରିବାକୁ ଏବଂ ଭାରତ ଟିମକୁ ଚିୟର କରିବା ପାଇଁ ଓଡିଆ ଗୀତ କମ୍ପୋଜ କରାଯାଇଛି ।

ଗୀତର ବୋଲ ରହିଛି ‘ଆମେ ତ ଇଣ୍ଡିଆନ ହେବୁରେ ଚାମ୍ପିଅନ’ । ଗୀତକୁ କମ୍ପୋଜ କରିଛନ୍ତି ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏବଂ ଗୀତରେ ସ୍ୱର ଦେଇଛନ୍ତି ଅଭିଜିତ ମଜୁମଦାର ଏବଂ ସତ୍ୟଜିତ ପ୍ରଧାନ ।

ତେବେ ଏହି ଗୀତର ଷ୍ଟୁଡିଓ ଭର୍ସନ ରିଲିଜ ହୋଇଛି ୟୁଟ୍ୟୁବ ଚ୍ୟାନେଲରେ । ତେବେ ଏହି ଗୀତ ଦର୍ଶକଙ୍କୁ କେତେ ମାତ୍ରାରେ ଆକୃଷ୍ଟ କରୁଛି ତାହା କେବଳ ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More