Only for Entertainment

ଶରୀର ପାଇଁ ଲାଭଦାୟକ ଅଟେ ବ୍ଲାକ ଟି ଅର୍ଥାତ କଳା ଚା’ !

67

ସକାଳ ହେବା ମାତ୍ରେ ପ୍ରାୟତଃ ଅଧିକାଂଶ ଲୋକ ଚା ପିିଇବାକୁ ପସନ୍ଦ କରିଥାଆନ୍ତି । କିଛି କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଚା ନ ପିଇଲେ ସେମାନଙ୍କର ମୁଣ୍ଡ ବ୍ୟାଥା ହୋଇଥାଏ । ବ୍ୟସ୍ତ ବହୁଳତା ଜୀବନରେ ସମସ୍ତେ ସୁସ୍ଥ ରହିବାକୁ ଚାହିଁଥାଆନ୍ତି । ସେଥି ପାଇଁ ନିଜ ସ୍ୱାସ୍ଥକୁ ନଜର ରଖି ଅଧିକାଂଶ ବ୍ୟକ୍ତି ସବୁଜ ଚା ଅର୍ଥାତ ଗ୍ରୀନ ଟି ଏବଂ କଳା ଚା ତଥା ବ୍ଲାକ ଟି ପିଇଥାଆନ୍ତି । ଆପଣ ମାନେ ଜାଣନ୍ତି କି ଯେପରି ଗ୍ରୀନ ଟି ଆମ ଶରୀରକୁ ସୁସ୍ଥ ରଖିଥାଏ ଠିକ୍ ସେହି ପରି ବ୍ଲାକ ଟି ଆମ ଶରୀର ପାଇଁ ମଧ୍ୟ ଲାଭଦାୟକ ଅଟେ ବୋଲି ।

ଆସନ୍ତୁ ଜାଣିବା କଳା ଚା ର ଉପକାରିତା ବିଷୟରେ

ହୃଦୟ ସମସ୍ୟା-

ବ୍ଲାକ ଟି ଆମ ଶରୀରର ରୋଗକୁ ଭଲ କରିଥାଏ । ପ୍ରତିଦିନ ଏକ କପ୍ ବ୍ଲାକ ଟି ଆପଣଙ୍କ ହୃଦୟକୁ ପୁରାପୁରି ରୂପେ ସୁସ୍ଥ ରଖିଥାଏ । ଏଥିରେ ଥିବା ଫ୍ଲୋବେନାୟଡ୍ସ ଏଲଡ଼ୀଏଲ୍ କୋଲେଷ୍ଟଲ୍ କୁ ସମ୍ପୂର୍ଣ୍ଣ ରୂପେ କମ୍ କରିଥାଏ । ଏବଂ ରକ୍ତ ଜମୁଥିବା ପ୍ରକିୟାକୁ ମଧ୍ୟ ନଷ୍ଟ କରିଥାଏ ।

କ୍ୟାନ୍ସର-

କ୍ୟାନ୍ସର ରୋଗ ପାଇଁ କଳା ଚା ଅତ୍ୟଧିକ ଲାଭଦାୟକ ଅଟେ, କାରଣ ବ୍ଲାକ ଟି ଶରୀରରେ ଥିବା କ୍ୟାନ୍ସର କଣିକାକୁ ପୁରାପୁରି ନଷ୍ଟ କରିଥାଏ ।

ମସ୍ତିସ୍କ ପାଇଁ ଆବଶ୍ୟକ –

ବ୍ଲାକ ଟି ଟେନସନ ଦୂର କରିଥାଏ । ଏବଂ ମସ୍ତିସ୍କକୁ ସତେଜ ରଖିଥାଏ । ସ୍ମରଣଶକ୍ତି ବଢ଼ାଇବାରେ ମଧ୍ୟ ବ୍ଲାକ ଟି ସାହାଯ୍ୟ କରିଥାଏ ।

ପାଚନ ପ୍ରକିୟା-

ବ୍ଲାକ ଟି ରେ ଥିବା ଟୋନିନ ପାଚନ ପ୍ରକିୟା ପାଇଁ ଅଧିକ ଫାଇଦା ଯୋଗାଉ ଥାଏ । ଏହା ଗ୍ୟାସ, ମଳକଣ୍ଟ , କୋଷ୍ଠକାଠିନ ସମସ୍ୟା ଦୁର କରିଥାଏ ।

ଏନର୍ଜୀ ବୁଷ୍ଟର-

ବ୍ଲାକ ଟି ପିଇବା ଦ୍ୱାରା ଶରୀର ଆକ୍ଟିବ୍ ରଖିଥାଏ ଏବଂ ମସ୍ତିସ୍କ କାମ ଠିକ୍ ରୂପେ କରିଥାଏ । ବ୍ଲାକ ଟି ଶରୀରରୁ କ୍ଲାନ୍ତ ଦୂର କରିଥାଏ ।

କୋଲେଷ୍ଟ୍ରଲ-

ବ୍ଲାକ ଟି ଶରୀରରେ କୋଲେଷ୍ଟ୍ରଲ କମ୍ କରିଥାଏ । ଏବଂ ଶରୀରର ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More