Only for Entertainment

କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ପାଳନ କରାଯାଏ ରଙ୍ଗର ପର୍ବ ହୋଲି, କିନ୍ତୁ ରହିଛି ଅଲଗା ଅଲଗା ନାମ

The Amazing World
0 64

ଯଦି ଆପଣ ଭାବୁଥାନ୍ତି ରଙ୍ଗର ପର୍ବ ହୋଲି କେବଳ ଭାରତରେ ପାଳନ କରାଯାଏ ତେବେ ଆପଣ ଭୁଲ ଭାବୁଛନ୍ତି । ଆଜି ଆପଣଙ୍କୁ ଆମେ କହିବା ପାଇଁ ଯାଉଛୁ ଏପରି କିଛି ପର୍ବ ବିଷୟରେ ଯାହା ହୋଲି ପର୍ବ ପରି ପାଳନ କରାଯାଇଥାଏ ।
ହୋଲିର ଉତ୍ସବ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥାଏ । ରଙ୍ଗର ପର୍ବ ସାତ ସମୁଦ୍ର ପାରରେ ମଧ୍ୟ ପାଳନ କରାଯାଏ କିନ୍ତୁ ଭିନ୍ନ ଅନ୍ଦାଜରେ ଭିନ୍ନ ନାମରେ । ହୋଲିର ଜଲୱା ଏପରି ଯେ ବିଭିନ୍ନ ଦେଶ ଏଥିରୁ ପ୍ରେରିତ ହୋଇ ରଙ୍ଗର ପର୍ବ ହୋଲିକୁ ନିଜ ଦେଶରେ ପାଳନ କରିବାରେ ଲାଗିଛନ୍ତି ।

  • ଲାଇଫ ଇନ କଲର
    ଲାଇଫ ଇନ କଲର ପ୍ରଥମେ ଫ୍ଲେରିଡାର ଏକ କଲେଜରେ କଲର ପାର୍ଟି ରୂପେ ପାଳନ କରାଯାଇଥିଲା । ବର୍ତ୍ତମାନ ‘ଲାଇଫ ଇନ କଲର’ ନାମରେ ପୁରା ବିଶ୍ୱରେ ଏହି ପର୍ବ ପାଳନ କରାଯାଉଛି । ଏବଂ ଏହି କଲର ପାର୍ଟି ହୋଲି ପର୍ବରୁ ପ୍ରେରିତ ହୋଇଥିଲା ।
  • କଲରଜାମ
    ଗୀତ ଏବଂ ନୃତ୍ୟ ସହିତ ରଙ୍ଗରେ ରଙ୍ଗେଇ ହୋଇ ଟେକ୍ସସରେ କଲରଜାମ ନାମକ ଏକ ପର୍ବ ପାଳନ କରାଯାଏ । ଏହା ହୋଲି ପର୍ବ ପରି ପାଳନ କରାଯାଇଥାଏ ।
  • ଫେଷ୍ଟିଭାଲ ଅଫ କଲର
    ହୋଲି ପରି ଏହି ପର୍ବ ହିପ୍ପିମାନଙ୍କ ପାଇଁ ସ୍ୱର୍ଗଠାରୁ କମ ନୁହେଁ । ଫେଷ୍ଟିଭାଲ ଇଫ କଲର ନାମରେ ପାଳନ କରାଯାଉଥିବା ଏହି ପର୍ବରେ ଲୋକେ ନାଚ ଗୀତ ସହିତ ରଙ୍ଗ ଖେଳିବାର ମଜା ଉଠାଇଥାନ୍ତି ।
  • ହୋଲି ୱାନ
    ହୋଲିରୁ ପ୍ରେରିତ ହୋଇ କେପଟାଉନରେ ଲୋକେ ‘ହୋଲି ୱାନ’ ନାମକ ଏକ ପର୍ବ ପାଳନ କରିଥାନ୍ତି ।
  • ହୋଲି ଗାର୍ଡନ ଫେଷ୍ଟିଭାଲ
    ହୋଲି ପର୍ବରୁ ପ୍ରେରିତ ହୋଇ ସ୍ପେନର ଇବିଜା ଠାରେ ହୋଲି ଗାର୍ଡନ ପର୍ବ ପାଳନ କରାଯାଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More