Only for Entertainment

ଦୁନିଆର ସବୁଠୁ ମହଙ୍ଗା ବିବାହ ବିଚ୍ଛେଦ : ପତ୍ନୀଙ୍କଠାରୁ ଅଲଗା ହେବେ ଆମାଜନ୍‌ ମୁଖ୍ୟ, ଭରଣପୋଷଣ ବାବଦରେ ଗଣିବେ ୪.୨ ଲକ୍ଷ କୋଟି

TMZ
23

ଦୁନିଆର ଏକ ନମ୍ବର ଧନୀ ତଥା ଆମାଜନ୍‌ର ମୁଖ୍ୟ ଜେଫ୍ ବେଜୋସ୍‌ଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି। ଅନ୍ୟ ଜଣେ ମହିଳାଙ୍କୁ କିଛି ଦିନ ହେଲାଣି ଡେଟିଂ କରୁଥିବା ବେଜୋସ୍‌ ନିଜ ପତ୍ନୀ ମାକେଞ୍ଜି ବେଜୋସ୍‌ଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଜେଫ୍ ଓ ମାକେଞ୍ଜିଙ୍କ ବିଚ୍ଛେଦ ହେବ ଦୁନିଆର ସବୁଠୁ ମହଙ୍ଗା ସେଲିବ୍ରିଟି ବିବାହ ବିଚ୍ଛେଦ। ନିଜ ପତ୍ନୀଙ୍କୁ ଭରଣପୋଷଣ ବାବଦରେ ଜେଫ୍‌ଙ୍କୁ ୪.୨ ଲକ୍ଷ କୋଟି ଟଙ୍କା ଗଣିବାକୁ ପଡ଼ିବ। ଏହି ବିଚ୍ଛେଦ ପରେ ଜେଫ୍‌ଙ୍କ ମୁଣ୍ଡରୁ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତିର ମୁକୁଟ ହଟିଯିବ। ଏବେ ତାଙ୍କ ସମ୍ପତ୍ତି ପରିମାଣ ୯, ୬୭,୧୫୧ କୋଟି ଟଙ୍କା ରହିଛି। ସେଥି ମଧ୍ୟରୁ ଅଧା ସମ୍ପତ୍ତି ତାଙ୍କୁ ପତ୍ନୀ ମାକେଞ୍ଜିଙ୍କୁ ଦେବାକୁ ପଡ଼ିବ। ଏହି ସମ୍ପତ୍ତି ମିଳିବା ପରେ ମାକେଞ୍ଜି ବିଶ୍ବର ସବୁଠୁ ଧନୀ ମହିଳା ମୁକୁଟ ହାସଲ କରିବେ ବୋଲି କୁହାଯାଉଛି।

jeff-bezos

ବେଜୋସ୍‌ ଓ ମାକେଞ୍ଜିଙ୍କ ମଧ୍ୟରେ ଗଭୀର ପ୍ରେମ ସମ୍ପର୍କ ଥିଲା। ନ୍ୟୁୟର୍କରେ ଉଭୟଙ୍କ ପ୍ରଥମ ଭେଟ ହୋଇଥିଲା। ‌ହେଜ୍ ଫଣ୍ଡ୍‌ ଭୂମିକା ପାଇଁ ମାକେଞ୍ଜିଙ୍କ ସାକ୍ଷାତକାର ନେଇଥିଲେ ବେଜୋସ୍। ପରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା। ଉଭୟଙ୍କ କାର୍ଯ୍ୟାଳୟ ପାଖାପାଖି ରହିଥିଲା। ୧୯୯୩ ମସିହାରେ ଦୁହେଁ ବିବାହ କରିଥିଲେ। ବିବାହର ବର୍ଷକ ପରେ ସିଆଟଲ୍‌ ଚାଲିଯାଇଥିଲେ ଓ ସେଠାରେ ଆମାଜନ୍‌କୁ ପ୍ରତିଷ୍ଠା କରିଥିଲେ। ତାଙ୍କର ଚାରି ସନ୍ତାନ ଅଛନ୍ତି। ଆମାଜନ୍‌ ଏବେ ଏକ ବିଶାଳ ସାମ୍ରାଜ୍ୟ। ସେହି ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ବେଜୋସ୍‌ଙ୍କୁ ତାଙ୍କ ପତ୍ନୀ ବହୁତ ସହାୟତା କରିଥିଲେ। ସେହି ୨୫ ବର୍ଷର ପୁରୁଣା ବାହାଘର ଭାଙ୍ଗିଯାଇଛି। ଉଭୟ ପରଷ୍ପରଠାରୁ ଅଲଗା ହେବେ। ତଧରା ଫଟୋ ପ୍ରକାଶିତ ହୋଇଛି। ସେହି ଫଟୋ ଦେଖିବା ପରେ ବଜୋସ୍‌ଙ୍କଠାରୁ ତାଙ୍କ ପତ୍ନୀ ମାକେଞ୍ଜି ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଖବର ଅନୁସାରେ ଟିଭି ଉପସ୍ଥାପିକା ଭାବେ ପୂର୍ବରୁ କାମ କରୁଥିବା ଲରେନ୍‌ ସାଞ୍ଚେଞ୍ଜ୍‌ଙ୍କ ପ୍ରେମରେ ପଡ଼ିଯାଇଛନ୍ତି ବେଜୋସ୍। ହଲିଉଡ୍‌ ଟ୍ୟାଲେଣ୍ଟ୍‌ ଏଜେଣ୍ଟ୍‌ ପାଟ୍ରିକ୍ ହ୍ବାଇଟ୍‌ସେଲ୍‌ଙ୍କ ଠାରୁ ଅଲଗା ହେବା ପରେ ଲରେନ୍ ଏବେ ଏକା ରହୁଛନ୍ତି। ଲରେନ୍‌ଙ୍କ ସହ ପ୍ରେମ ହିଁ ବେଜୋସ୍‌ ଓ ତାଙ୍କ ପତ୍ନୀ ମାକେଞ୍ଜିଙ୍କ ବିଚ୍ଛେଦର ମୁଖ୍ୟ କାରଣ ବୋଲି କୁହାଯାଉଛି।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More