Only for Entertainment

ଫ୍ରେଣ୍ଡସିପ ଡେରେ ସୋଲେ ଷ୍ଟାଇଲରେ ଭାରତ ପ୍ରତି ବନ୍ଧୁତା ଦେଖାଇଲା ଆମେରିକା ।

punjabkesari
0 38

ଚଳିତ ଦିନ ମାନଙ୍କରେ ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତାରେ କେତେକ ଉନ୍ନତି ଦେଖାଯାଇଛି । ଏହାର ଜ୍ୱଳନ୍ତ ଉଦାହରଣ ଫ୍ରେଣ୍ଡସିପ ଡେ’ରେ ନଜର ଆସିଲା ଯେତେବେଳେ ଆମେରିକା ନିଜ ବନ୍ଧୁତା ଜାହିର କଲା । ଏହା ଦେଖି ସାରା ଦୁନିଆ ଆଶ୍ଚର୍ଯ୍ୟ ହୋଇଯାଇଛି । ଭାରତ ସ୍ଥିତ ଆମେରିକା ଦୂତାବାସ ସୋଲେ ଫିଲ୍ମର ଗୀତ ‘ୟେ ଦୋସ୍ତୀ ହମ ନେହିଁ ତୋଡ଼େଙ୍ଗେ’ର ଉଦାହରଣ ଦେଇ ଫ୍ରେଣ୍ଡସିପ ଡେ’ରେ ଭାରତକୁ ସମ୍ବର୍ଦ୍ଧନା ଜଣାଇଛି । ଏହା ସହିତ ଆମେରିକା ଦୂତାବାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହାତ ମିଳାଇଥିବା ଫଟୋକୁ ଟ୍ୱିଟ କରି ଜଣାଇଛନ୍ତି । ସବୁଠାରୁ ଖାସ କଥା ହେଉଛି ଏହି ଖାସ ମୁହୂର୍ତ୍ତରେ ଦୁଇ ଦେଶର ନେତା ହସୁଥିବାର ନଜର ଆସିଛନ୍ତି ।

ଗୋଟିଏ ଦିନ ପୂର୍ବରୁ ଆମେରିକା ଭାରତକୁ ‘ରଣନୀତିକ ବ୍ୟାପାର ଅଧିକାର ପତ୍ର ୧’ ଦେଇଛି । ଏପର୍ଯ୍ୟନ୍ତ ଏହା ଏସିଆରେ କେବଳ ଜାପାନ ଏବଂ ଦକ୍ଷିଣ କୋରିଆ ପାଖରେ ଥିଲା । କୁହାଯାଏଯେ ଭାରତୀୟ ସିନେମା ସୋଲେ ଫିଲ୍ମକୁ ସର୍ବଦା ବନ୍ଧୁତା ଦର୍ଶାଉଥିବା ଏକ ଉଦାହରଣ ବୋଲି କୁହାଯାଏ । ଆମେରିକା ଦୂତାବାସ ଦ୍ୱାରା କରାଯାଇଥିବା ଏହି ଟ୍ୱିଟରେ ଆମେରିକା ଦୂତାବାସ ‘ୟେ ଦୋସ୍ତୀ ହମ ନେହିଁ ତୋଡ଼େଙ୍ଗେ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ୧ ମିନିଟ ୪୫ ସେକେଣ୍ଡର ଏହି ଭିଡ଼ିଓ ଏପର୍ଯ୍ୟନ୍ତ ୧୫୦୦ରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏହା ସହିତ ଭିଡ଼ିଓରେ ଏକ କ୍ୟାପ୍ସନ ଦିଆଯାଇଛିଯେ ଭାରତ ଏବଂ ଆମେରିକାର ବନ୍ଧୁତା ୨୦୧୮ରେ ଖୁବ ମଜବୁତ ହୋଇଯାଇଛି । ଏହା ସହିତ ସମସ୍ତଙ୍କୁ ବନ୍ଧୁତା ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଆମେରିକା ଦୂତାବାସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More