Only for Entertainment

ଆମେରିକା: ପ୍ରଧାନମନ୍ତ୍ରୀ ମୋଦି ଉଠାଇଲେ ଫୁଲତୋଡାରୁ ଖସିଯାଇଥିବା ଫୁଲ, ଗର୍ବିତ ହେଲେ ଲୋକେ !

163

ଦେଶରେ ସ୍ୱଚ୍ଛତାର ‘ମଡେଲ’ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ ଇଂଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ଅସଲରେ କିଛି ଦିନ ହେବ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଯାଇଛନ୍ତି । ସେ ୨୧ସେପ୍ଟେମ୍ବରରେ ଯେତେବେଳେ ‘ହାଉଡି ମୋଦି’ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ‘ଜର୍ଜ ବୁଶ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର’ରେ ପହଂଚିଥିଲେ, ସେଠାରେ ଆମେରିକା ପ୍ରତିନିଧି ମଣ୍ଡଳ ଫୁଲ ତୋଡା ଦେଇ ସ୍ୱାଗତ ଜଣାଇଥିଲେ । ଏହି ସମୟରେ ଫୁଲତୋଡାରୁ ଗୋଟିଏ ଫୁଲ ବାହାରି ତଳେ ପଡି ଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଏହାକୁ ନିଜେ ତଳୁ ଉଠାଇଥିଲେ, ଯାହା ପରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଭିଡିଓରେ ଆପଣ ଦେଖିପାରୁଥିବେ ପ୍ରଧାନମନ୍ତ୍ରୀ ବିମାନରୁ ତଳକୁ ଓହ୍ଲାଉଛନ୍ତି । ଗଣମାନ୍ୟ ଲୋକ ତାଙ୍କୁ ସ୍ୱାଗତ ଜଣାଉଛନ୍ତି ଏବଂ ମହିଳା ମାନେ ତାଙ୍କୁ ଫୁଲ ତୋଡା ଦେଇଛନ୍ତି । ସେଥିମଧ୍ୟରୁ ଗୋଟିଏ ଫୁଲ ତଳେ ପଡିଯିବାରୁ ସେ ଫୁଲଟିକୁ ତଳୁ ଉଠାଉଛନ୍ତି । ଏଥିରେ ପ୍ରମାଣ ହୋଇଛି ଯେ, ସ୍ୱଚ୍ଛତା ବିଷୟରେ ସେ କେବଳ କୁହନ୍ତି ନାହିଁ ବରଂ ଏଥିପାଇଁ ସେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ‘ବିଲ ଏଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ’ଲିଙ୍କନ ସେଂଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଗ୍ଲୋବାଲ ଗୋଲକିପର୍ସ ଆୱାର୍ଡ’ରେ ସମ୍ମାନିତ କରାଯିବ । ଏହି ପୁରସ୍କାର ତାଙ୍କୁ ‘ସ୍ୱଚ୍ଛ ଭାରତ ଅଭିଯାନ’ ନେତୃତ୍ୱ ପାଇଁ ଦିଆଯିବ । ଏହି ଅଭିଯାନ ୨ଅକ୍ଟୋବର, ୨୦୧୪ରେ ଆରମ୍ଭ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More