Only for Entertainment

ବିବାହ ଖବର ମଧ୍ୟରେ ହସ୍ପିଟାଲ ବାହାରେ ସ୍ପଟ ହେଲେ ମଲାଇକା-ଅର୍ଜୁନ ।

aajtak
36

ଗତ ଶୁକ୍ରବାରକୁ ଲୀଳାବତୀ ହସ୍ପିଟାଲ ବାହାରେ ସ୍ପଟ ହୋଇଛନ୍ତି ମଲାଇକା ଅରୋରା ଏବଂ ଅର୍ଜୁନ କପୁର । ତେବେ ବିବାହର ଉଡ଼ା ଖବର ମଧ୍ୟରେ ଦୁଇଜଣ ହସ୍ପିଟାଲ ବାହାରେ ସ୍ପଟ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଅବଶ୍ୟ ଦୁଇ ଆକ୍ଟର କାହିଁକି ହସ୍ପିଟାଲ ଯାଇଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ଚଳିତ ମାସରେ ଦୁଇଜଣ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ମଲାଇକା ଏହାକୁ ଖଣ୍ଡନ କରିଥିଲେ ଏବଂ ଉଡ଼ା ଖବରର ଆଖ୍ୟା ଦେଇଥିଲେ । ଅନ୍ୟ ପଟେ ବୋନି କପୁର ମଧ୍ୟ ଏହାକୁ ମିଛ କହିଥିଲେ । କିନ୍ତୁ ତାଙ୍କର ଜଣେ ସଂପର୍କୀୟ କହିଥିଲେଯେ ଯଦି ସେମାନେ ଏଭଳି ନିଷ୍ପତ୍ତି ନିଅନ୍ତି ତେବେ ଆମର କୌଣସି ସମସ୍ୟା ନାହିଁ । ଆମେ ଖୁସିରେ ସେମାନଙ୍କୁ ସହଯୋଗ କରିବୁ ।

ତେବେ ହୁଏତ ଦୁଇ ଆକ୍ଟର କାହାକୁ ସାକ୍ଷାତ କରିବା ପାଇଁ ହସ୍ପିଟାଲ ଯାଇଥିବେ ବୋଲି ମଧ୍ୟ ଅନୁମାନ କରାଯାଉଛି । କହିରଖୁଛୁଯେ ୧୯ ଅପ୍ରେଲକୁ ଦୁଇଜଣ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା, କିନ୍ତୁ ସେଦିନ ଗୁଡ ଫ୍ରାଇଡେ ହୋଇଥିବାରୁ ହୁଏତ ସେ ଦିନ ବିବାହ ହୋଇନପାରେ ବୋଲି ମଧ୍ୟ କୁହାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More