Only for Entertainment

ଅମୀରଙ୍କୁ ତିନି ସପ୍ତାହ ପର୍ୟ୍ୟନ୍ତ ଛୋଟିଆ ଘରେ ବନ୍ଦ କରି ରଖିଥିଲେ ପତ୍ନୀ କିରଣ !

The bridal Box
0 41

ବଲିଉଡର ମିଷ୍ଟର ପରଫେକସନିଷ୍ଟ ଅମିର ଖାନ ହିଟ ଫିଲ୍ମର ମାଷ୍ଟରକାର୍ଡ । ଅମିର ଖାନ ବର୍ଷରେ ଗୋଟିଏ ଫିଲ୍ମ କରୁଥିଲେ ମଧ୍ୟ ଏହି ଫିଲ୍ମ ଅନେକ ଫିଲ୍ମକୁ ଟକ୍କର ଦେଇଥାଏ । ଅମିର ଅଳ୍ପ କିଛି ବର୍ଷ ମଧ୍ୟରେ ଏମିତି ହିଟ ଫିଲ୍ମରେ ଅଭିନୟ କରିଛନ୍ତି ଯାହା ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଉଥିବା ଅମିରଙ୍କ ହିଟ ଫିଲ୍ମ ମଧ୍ୟରେ ବର୍ତମାନ ‘ସିକ୍ରେଟ ସୁପରଷ୍ଟାର’ର ନାମ ବି ସାମିଲ ହୋଇଛି । ଏହି ଫିଲ୍ମକୁ ବକ୍ସ ଅଫିସରେ ଜବରଦସ୍ତ ରେସପନ୍ସ ମିଳିଛି । ସାଧାରଣତଃ ସେଲିବ୍ରିଟିଙ୍କର ଲାଇଫଷ୍ଟାଇଲ ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ଥାଏ । ତେବେ ଅମିରଙ୍କ ଜୀବନ ବିଷୟରେ ଏମିତି ରୋଚକ ତଥ୍ୟ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚଯ୍ୟ ହେବେ । ପତ୍ନୀ କିରଣ ରାଓ ଅମିରଙ୍କୁ ତିନି ସପ୍ତାହ ପାଇଁ ଏକ ଛୋଟ ଘରେ ବନ୍ଦ କରି ରଖିିଥିବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି । କିନ୍ତୁ କଣ ପାଇଁ ସେ ଏପରି କରିଥିଲେ ତାହା ଶୁଣିଲେ ଆଶ୍ଚଯ୍ୟ ହେବେ ।

ଅମିରଙ୍କ ଫିଲ୍ମ ‘ଧୋବୀ ଘାଟ’ ସହିତ ଏହି ଘଟଣାର ସମ୍ପର୍କ ରହିଛି । ୨୦୧୧ରେ ଆସିଥିବା ଫିଲ୍ମ ‘ଧୋବୀ ଘାଟ’କୁ ଅମିରଙ୍କ ପତ୍ନୀ କିରଣ ରାଓ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । କିରଣ ମତରେ ଏହି ଫିଲ୍ମଟି ଚାରି ଜଣ ଲୋକ ଓ ମୁମ୍ବାଇ ସହର ଉପରେ ଆଧାରିତ ଥିଲା । ଏହି ଚାରି ଜଣ ସାଧାରଣ ହୋଇଥିଲେ ବି ସମସ୍ତଙ୍କ ପାଖରେ କିଛି ସ୍ୱତନ୍ତ୍ରତା ରହିଥିଲା ।

ବହୁତ କମ ଲୋକ ଜାଣିଛନ୍ତି ଯେ ଅମିର ଏହି ଫିଲ୍ମରେ ଅଭିନୟ କରିବା ପାଇଁ କିରଣଙ୍କ ସାମ୍ନାରେ ଜିଦ କରିଥିଲେ । ଏପରିକି ଅମିର ଏହି ରୋଲ ପାଇଁ ‘ଗଜନୀ’ ଫିଲ୍ମ ସେଟରେ ଅଡିଶନ ମଧ୍ୟ ଦେଇଥିଲେ । ଏହି ଫିଲ୍ମର ସୁଟିଂ ମୁମ୍ବାଇର ଏକ ଜନଗହଳିପୂର୍ଣ୍ଣ ମୋହମ୍ମଦ ଅଲ୍ଲୀ ରୋଡରେ କରାଯିବାକୁ ସ୍ଥିର କରାଯାଇଥିଲା । । ତେବେ ଏଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅମିର କିପରି ସୁଟିଂ କରିବେ ସେ ନେଇ ଚିନ୍ତାରେ ପହିଯାଇଥିଲେ କିରଣ । ଏଥିପାଇଁ କିରଣ ଏକ ଉପାୟ ସ୍ଥିର କରିଥିଲେ । ସେ ଅମିରଙ୍କୁ ନେଇ ରାତି ୩ଟାରେ ସୁଟିଂ ହେବାକୁ ଥିବା ଏକ ଛୋଟ ଘରେ ପହଂଚିଥିଲେ । ଏବଂ କହିଥିଲେ ଯେ ଏଠାରେ ତାଙ୍କୁ ତିନି ସପ୍ତାହ ପର୍ୟ୍ୟନ୍ତ ରହିବାକୁ ପଡିବ ଯେଉଁ ପର୍ୟ୍ୟନ୍ତ ଫିଲ୍ମର ସୁଟିଂ ନ ସରିଛି । ଅମୀର ଏଠାରେ ରହୁଥିବା ବେଳେ ଥ୍ରୀ ଇଡିଅଡ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀ ଓ ବିଧୁ ବିନୋଦ ଚୋପ୍ରା ମଧ୍ୟ ଫିଲ୍ମ ବିଷୟରେ ଆଲୋଚନା କରିବାକୁ ଏହି ଛୋଟିଆ ଘରକୁ ଆସୁଥିଲେ । ଘରଟି ଏତେ ଛୋଟ ଥିଲା ଯେ, ବାଥରୁମରେ ବସି କଥା ହେବାକୁ ପଡିଥିଲା ଅମୀରଙ୍କୁ । କାରଣ ଛୋଟିଆ ଘର ଭିତରେ ସୁଟିଂ ଜିନିଷ ରହିବା ଫଳରେ ଏଳାସଙ୍ଗରେ ତିିନି ଜଣ ବସିବା ପାଇଁ ଜାଗା ମଧ୍ୟ ନଥିଲା । ଆଉ ଏହି ଛୋଟିଆ ଘରେ ପ୍ରାୟ ୩ ମାସ ରହିଥିଲେ ଅମୀର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More