Only for Entertainment

ନୀରବ ରହିବା ପରେ ମି ଟୁକୁ ନେଇ ନୂଆ ପଦକ୍ଷେପ ନେଲେ ଅମୀର ଖାନ,ଏହିଭଳି ଚାଲିଛି ପ୍ରସ୍ତୁତି ।

youtube
28

ଦେଶ ସାରା ମି ଟୁ କ୍ୟାମ୍ପେନକୁ ନେଇ ବିବାଦ ଚାଲିଥିବା ସମୟରେ ଜଣକ ପରେ ଜଣେ ପ୍ରସିଦ୍ଧ କଳାକାରଙ୍କ ଚେହେରା ସାମ୍ନାକୁ ଆସୁଛି । ସାଧାରଣ ମହିଳାଙ୍କ ଠାରୁ ଆରମ୍ଭ କରି ଅଭିନେତ୍ରୀ ଏବଂ ମହିଳା ସାମ୍ବାଦିକା ମଧ୍ୟ ପ୍ରସିଦ୍ଧ ବ୍ୟକ୍ତିଙ୍କ ଉପରେ ଯୌନ ଉତ୍ପୀଡ଼ନର ଆରୋପ ଲଗାଉଛନ୍ତି । ଏହି ଘଟଣାକୁ ନେଇ ବଡ଼ ବଡ଼ କଳାକାର ଚୁପ ଥିବା ଦେଖିବାକୁ ମିଳିଛି । ତେବେ ମିଷ୍ଟର ପର୍ଫେକ୍ସନିଷ୍ଟ ଅମୀର ଖାନ ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନର ସୁଟିଂ ଶେଷ କରି ଗୁଲସନ କୁମାରଙ୍କ ବାୟୋପିକ ମୁଗଲରେ ଅଭିନୟ କରିବେ ବୋଲି ସୂଚନା ମିଳିଥିଲା । କିନ୍ତୁ ଗୁଲସନ କୁମାରଙ୍କ ଉପରେ ଯୌନ ଉତ୍ପୀଡ଼ନର ଆରୋପ ଲାଗିବା ପରେ ଅମୀର ଖାନ ଏହି ଫିଲ୍ମ କରିବାକୁ ମନା କରି ଦେଇଛନ୍ତି ।

ଏହାପରେ ଏବେ ଅନ୍ୟ ଏକ ଖବର ସାମ୍ନାକୁ ଆସିଛିଯେ ଅମୀର ଖାନ ଏହି ମି ଟୁକୁ ନେଇ ସତ୍ୟମେବ ଜୟତେର ୪ର୍ଥ ସିଜନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଶୋ’କୁ ସେ କିଛି ଦୋଷୀଙ୍କୁ ମଧ୍ୟ ନିଜର ମତ ରଖିବା ପାଇଁ ଡାକିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More