Only for Entertainment

ପୁଣିଥରେ ଚୀନରେ ଧୁମ ମଚାଇଲା ଅମୀର ଖାନଙ୍କ ସିକ୍ରେଟ ସୁପରଷ୍ଟାର

free pressjournal.in
0 37

ମିଷ୍ଟର ପରଫେକ୍ସନିଷ୍ଟ ମାନେ ଅମୀର ଖାନଙ୍କ ଫିଲ୍ମ ଯେ ଆଜିକାଲି ଚୀନରେ ଖୁବ ଧୁମ ମଚାଉଛି ଏଥିରେ ସନ୍ଦେହ ନାହିଁ । ପ୍ରଥମେ ଦଙ୍ଗଲ ଆଉ ଏବେ ସିକ୍ରେଟ ସୁପରଷ୍ଟାର । କେବଳ ଲାଭ ହିଁ ଲାଭ । ତେବେ ଅମୀର ଖାନଙ୍କ ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’ ଚୀନରେ ରିଲିଜ ହୋଇସାରିଛି । ରିଲିଜ ହେବା ମାତ୍ରେ ଫିଲ୍ମ ଜବରଦସ୍ତ ରୋଜଗାର ମଧ୍ୟ ଆରମ୍ଭ କରିଦେଇଛି ।

ଫିଲ୍ମ ଭାରତୀୟ ବକ୍ସ ଅଫିସରେ ଗ୍ରସ ୮୩ କୋଟି ଟଙ୍କା ରୋଜଗାର କରିଥିଲା । କିନ୍ତୁ ଫିଲ୍ମ ଚାଇନିଜ ବକ୍ସ ଅଫିସରେ ୪ ଦିନରେ ୨୦୫.୯୯ କୋଟି ଟଙ୍କା ରୋଜଗାର କରିଛି । ଶୁକ୍ରବାର ଦିନ ଫିଲ୍ମ ଚୀନରେ ରିଲିଜ ହୋଇ ୬୮.୮ ଲକ୍ଷ ଡଲାର,ଶନିବାର ଦିନ ୧.୦୫ କୋଟି ଡଲାର, ରବିବାରକୁ ୯୮.୦୪ ଲକ୍ଷ ଡଲାର ଏବଂ ସୋମବାରକୁ ୪୯.୭ ଲକ୍ଷ ଡଲାରର ସାନଦାର ରୋଜଗାର କରିଛି । ୪ ଦିନରେ ଫିଲ୍ମ ୨୦୫.୯୯କୋଟି ଡଲାର ରୋଜଗାର କରିଛି । ତେବେ ଚୀନରେ ମଧ୍ୟ ଏହି ଫିଲ୍ମ ପ୍ରଥମ ସ୍ଥାନ ହାସଲ କରିଛି ଏଥିରେ ସନ୍ଦେହ ନାହିଁ । ଫିଲ୍ମ ସିକ୍ରେଟ ସୁପରଷ୍ଟାରର ରୋଜଗାର ଦଙ୍ଗଲ ଠାରୁ ମଧ୍ୟ ଖୁବ ଅଧିକ ରହିଥିବା ସୂଚନା ମିଳିଛି । ତେବେ ଅମୀର ଖାନଯେ ଚୀନରେ ଜଣେ ବଲିଉଡ ଲୋକପ୍ରିୟ ଅଭିନେତା ଭାବେ ପରିଚିତ ହୋଇ ସାରିଛନ୍ତି କହିଲେ ଭୁଲ ହେବ ନାହିଁ ।

ଚୀନ ଏବଂ ଭାରତର ପ୍ରତିଭାଯେ ଏକା ସାଙ୍ଗରେ ନଜର ଆସନ୍ତୁ ଏହା ମଧ୍ୟ ଅମୀର ଖାନଙ୍କର ଇଛା । ତେବେ ଅମରୀଙ୍କ ଫିଲ୍ମଯେ ଚୀନରେ ରାଜ କରିବାରେ ଲାଗିଛି । ଫିଲ୍ମଟି ଜି ଷ୍ଟୁଡିଓ,ଆକାଶ ଚାୱଲା ଏବଂ ଅମୀର ଖାନଙ୍କ ପ୍ରଡକ୍ସନ ହାଉସ ଦ୍ୱାରା ନିର୍ମାଣ କରାଯାଇଛି । ଫିଲ୍ମରେ କାଶ୍ମୀରର ଜାୟରା ବସୀମ ମୁଖ୍ୟ ଭୂମିକରରେ ଅଭିନୟ କରିଛନ୍ତି । ଯେଉଁଥିରେ ସେ ଜଣେ ଗୀତିକାର ହେବାକୁ ଆଶା ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More