Only for Entertainment

ବଲିଉଡରେ ଅମିଷାଙ୍କର କମବ୍ୟାକ,ଡବଲ ରୋଲରେ ଆସିବେ ନଜର !

68

ନିଜର ଆଗାମୀ ଚଳଚ୍ଚିତ୍ର ‘ଦେଶୀ ମ୍ୟାଜିକ୍‌’ରେ ଡବଲ ରୋଲ୍‌ରେ ନଜର ଆସିବେ ଅଭିନେତ୍ରୀ ଅମିଷା ପଟେଲ। ‘ଦୁହିତା’ର ଉଦ୍‌ଘାଟନ ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଅମିଷା କହିଥି‌ଲେ, ଆଗକୁ ତାଙ୍କର ୨/୩ଟି ଚଳଚ୍ଚିତ୍ର ଆସୁଛି। ତହିଁରୁ ‘ଦେଶୀ ମ୍ୟାଜିକ୍‌’ ଚଳଚ୍ଚିତ୍ରକୁ ସେ ନିଜେ ପ୍ରଯୋଜନା କରୁଛନ୍ତି। ଆଗକୁ ମଧ୍ୟ ଆହୁରି ୨ଟି ଚଳଚ୍ଚିତ୍ର ସଂପର୍କରେ ଘୋଷଣା ହେବ। ସେହିପରି ଆସନ୍ତା ରବିବାର ଆରମ୍ଭ ହେବାକୁ ଯାଉଥିବା ‘ବିଗ ବସ୍‌’ରେ ଦର୍ଶକ ଅମିଷାଙ୍କୁ ଦେଖିବାକୁ ପାଇବେ। ‘ବିଗ ବସ୍‌’କୁ ସଂଯୋଜନା କରୁଥିବା ସଲମନ୍‌ ଖାନ୍ ଏ ସଂପର୍କରେ ସବିଶେଷ ଘୋଷଣା କରିବେ।

ଅମିଷା କହିଥିଲେ, ‘ବିଗ୍‌ ବସ୍‌’କୁ ନେଇ ଅନେକଙ୍କ ମନରେ ଭିନ୍ନ ଧାରଣା ରହିଛି। ସେଠାରେ ସବୁକିଛି ପୂର୍ବରୁ ସ୍ଥିରୀକୃତ ହୋଇଥିବା କୁହାଯାଉଛି। ମାତ୍ର ଏହା ସତ ନୁହେଁ। ଅନ୍ୟ ରିଅଲିଟି ସୋ’ ଭଳି ମଧ୍ୟ ଏହା ଏକ ରିଅଲିଟି ସୋ’। ଏଥିରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନଙ୍କୁ କୌଣସି ପ୍ରକାର ଯନ୍ତ୍ରପାତି ବ୍ୟବହାର କରିବାର ସଯୋଗ ଦିଆଯାଇ ନ ଥାଏ। ପ୍ରାକୃତିକ ପରିବେଶରେ ସେମାନଙ୍କୁ ରହିବାକୁ ସୁ‌ଯୋଗ ମିଳିଥାଏ। ତେବେ ବିଗ୍‌ ବସ୍‌ରେ ତାଙ୍କର କେଉଁ ଭୂମିକା ରହିବ ବୋଲି ପ୍ରଶ୍ନର ଉତ୍ତରରେ ଅମିଷା ଜାଣି ନ ଥିବା କହିଥିଲେ। ଏ ସଂପର୍କରେ ୨୯ତାରିଖ ଦିନ ହିଁ ସବୁକିଛି ଜଣାପଡ଼ିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More