Only for Entertainment

ପ୍ରଥମଥର ପାଇଁ ଅମିତାଭ ବଚ୍ଚନଙ୍କ ସହିତ ଏହି ଫିଲ୍ମରେ ସ୍କ୍ରିନ ସେୟାର କରିବେ ଆୟୁଷ୍ମାନ ଖୁରାନା

Zee News
21

ପ୍ରଥମ ଥର ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ୍ ସେୟାର୍ କରିବାକୁ ଯାଉଛନ୍ତି ଅଭିନେତା ଆୟୁଷ୍ମାନ୍ ଖୁରାନା । ଫିଲ୍ମ ମେକର୍ ସୁଜିତ୍ ସିରକାରଙ୍କ ଆଗାମୀ ଫିଲ୍ମରେ ଏହି ଦୁଇ ଷ୍ଟାର୍ ଏକାଠି ଆସିବେ ନଜର । ଏହି ସିନେମାର କାହାଣୀ ଲେଖିଛନ୍ତି ଜୁହି । ଯିଏ କି ସୁଜିତ୍ ସିରକାରଙ୍କ ଫିଲ୍ମ ‘ଅକ୍ଟୋବର’ର କାହାଣୀ ଲେଖିଥିଲେ । ଆଉ ଏବେ ‘ଗୁଲାବୋ ସିତାବୋ’ର ସ୍କ୍ରିପ୍ଟିଂ ରେ ବ୍ୟସ୍ତ ଅଛନ୍ତି ସୁଜିତ୍ ଓ ଜୁହି । ଖବର ଅନୁସାରେ ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନା ଏକା ସହିତ ନଜର ଆସିବେ । ତେବେ ଦୁହେଁ କେଉଁ ଭଳି ଭୂମିକାରେ ନଜର ଆସିବେ ତାହାର ଖୁଲାସା ଏପର୍ଯ୍ୟନ୍ତ ହୋଇନାହିଁ । ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ, ଚଳିତ ବର୍ଷ ନଭେମ୍ବର ମାସରେ ସିନେମାଟି ପରଦାକୁ ଆସିବ ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ , ଅମିତାଭ ବଚ୍ଚନ ଖୁବ ଶୀଘ୍ର ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହିତ ରଣବିର କପୁର ଏବଂ ଆଲିଆ ଭଟ୍ଟ ନଜର ଆସିବେ । ସେହିପରି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଡ୍ରୀମ ଗର୍ଲ ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More