Only for Entertainment

ହସ୍ପିଟାଲରୁ ବିଗ ବିଙ୍କୁ ଛୁଟି

7wallpapers
0 41

ବିଗ ବି ନାମରେ ପରିଚିତ ଅମିତାଭ ବଚ୍ଚନ ତାଙ୍କ ବ୍ୟକ୍ତିଗତ ଜୀବନ ହେଉ ବା ରିଲ ଲାଇଫ ହୋଉ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ କିନ୍ତୁ ଅମିତାଭ ପିଠି ଯନ୍ତ୍ରଣାରେ ଶିକାର ହୋଇ ଶୁକ୍ରବାର ସନ୍ଧ୍ୟାରେ କିଛି ଦିନ ପାଇଁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ହସ୍ପପିଟାଲର ତଥ୍ୟ ଅନୁସାରେ, ‘ସେ ପିଠି ଯନ୍ତ୍ରଣା ପାଇଁ ହସ୍ପିଟାଲ ଆସିଥିଲେ, ତାଙ୍କୁ ଇଞ୍ଜେକସନ ଦିଆଯାଇ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।’

ବିଷେଶ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଅମିତାଭ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ସମସ୍ୟା ତଥା ବେକ ଓ ମେରୁଦଣ୍ଡ ସମସ୍ୟାରେ ପୀଡିତ ଥିଲେ ।

ଅମିତାଭଙ୍କୁ ଆଗାମୀ ଫିଲ୍ମ ‘୧୦୨ ନଟ ଆଉଟ’ରେ ଦର୍ଶକ ଦେଖିବାକୁ ପାଇବେ । ଏହି ସିନେମାରେ ତାଙ୍କ ସହିତ ବିଗତ ଦିନର ସୁପରଷ୍ଟାର ରିଷି କପୁରଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ସିନେମାର ଟିଜର ଶୁକ୍ରବାର ଦିନ ନିର୍ଦ୍ଦେଶକ ଉମେଶ ଶୁକ୍ଲା ନିଜ ଟ୍ୱିଟରରେ ସେୟାର କରିଛନ୍ତି । ଫିଲ୍ମଟି ଚଳିତ ବର୍ଷ ମେ’ ମାସରେ ରିଲିଜ ହେବ ।

ଫିଲ୍ମ ‘ଅମର ଆକବର ଆନ୍ଥୋନୀ’ରେ ଭାଇ ଭୂମିକାରେ ନଜର ଆସିଥିବା ଅମିତାଭ ଓ ରିଷି ଏହି ଫିଲ୍ମରେ ଦୁହେଁ ବାପା-ପୁଅ ଭୂମିକାରେ ନଜର ଆସିବେ । ଅମିତାଭ ରିଷି କପୁରଙ୍କ ବାପା ଭୂମିକାରେ ଅଭିନୟ କରିଛନ୍ତି । ଏହା ଏଭଳି ବାପାପୁଅର କାହାଣୀ, ଯେଉଁଥିରେ ୧୦୨ ବୟସ ପରେ ବି ବାପା ସକରାତ୍ମକ ଥିଲା ବେଳେ ତାଙ୍କ ଅଧା ବୟସର ପୁଅ ଜୀବନ ନକରାତ୍ମକ ରହିଛି । ‘ଓ ମାଇଁ ଗଡ’ ଫିଲ୍ମର ନିର୍ଦ୍ଦେଶକ ଉମେଶ ଶୁକ୍ଲା ଦୁଇ ସୁପରଷ୍ଟାରଙ୍କ ଯୋଡିକୁ ୨୭ ବର୍ଷ ପରେ ଏକାଠି ନେଇ ଆସିଛନ୍ତି ।

ଏହି ଫିଲ୍ମର ଟିଜରରେ ଦୁଇ ମୁଖ୍ୟ କଳାକାରଙ୍କୁ ଖୁବ ଭଲ ଭାବେ ଦେଖିବାକୁ ମିଳିଛି । ଅମିତାଭ ବଚ୍ଚନ ଟିଜରରେ କହିଛନ୍ତି, ‘ମୁଁ ଦୁନିଆର ପ୍ରଥମ ବାପା ଯିଏକି ନିଜ ପୁଅକୁ ବୃଦ୍ଧାଶ୍ରମ ପଠାଉଛି’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More