Only for Entertainment

ଅଜୟ ଦେବଗନଙ୍କ ଫିଲ୍ମରେ କେମିଓ କରିବେ ଅମିତାଭ ବଚ୍ଚନ ।

YouTube
0 39

ବଲିଉଡର ମହାନାୟକ ଅମିତାଭ ବଚ୍ଚନ, ସିଙ୍ଘମ ଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମରେ କେମିଓ ଭାବେ ନଜର ଆସିବେ । ଅଜୟ ଦେବଗନ ନିଜ ବ୍ୟାନରେ କାଜୋଲଙ୍କ ଫିଲ୍ମ ହେଲିକପ୍ଟର ଇଲାର ନିର୍ମାଣ କରୁଛନ୍ତି । ଫିଲ୍ମରେ କାଜୋଲ ଲିଡ ରୋଲରେ ନଜର ଆସିବେ । ଏହି ଫିଲ୍ମରେ ଅମିତାଭ ବଚ୍ଚନ କେମିଓ ଭାବେ ନଜର ଆସିବେ । ତେବେ ଦୀର୍ଘ ୧୭ ବର୍ଷ ପରେ କଜୋଲ ଅମିତାଭ ବଚ୍ଚନଙ୍କ ସହିତ ବଡ ପରଦାରେ ନଜର ଆସିବେ ।

କହିରଖୁଛୁ ଯେ ମହାନାୟକ ଅମିତାଭ ବଚ୍ଚନ ଏହି ଫିଲ୍ମ ପାଇଁ ସୁଟିଂ ମଧ୍ୟ କରିଛନ୍ତି । ଅଜୟ ଦେବଗନ ସୁଟିଂ ସମୟର ଏକ ଫଟୋ ଇଂଷ୍ଟାଗ୍ରାମରେ ସେୟାର କରିଥିଲେ ଏହା ସହିତ ଅମିତାଭ ବଚ୍ଚନଙ୍କୁ ଧନ୍ୟବାଦ ଜଣାଇଥିଲେ । ସବୁଠାରୁ ବଡ କଥା ହେଉଛି ଫିଲ୍ମରେ ଅମିତାଭ ନିଜ ଭୂମିକାରେ ହିଁ ନଜର ଆସିବେ ।

 


କାଜୋଲଙ୍କ କହିବା ଅନୁସାରେ ଅମିତାଭଙ୍କ ରୋଲକୁ ପଛରେ ଫିଲ୍ମରେ ସ୍ଥାନ ଦିଆଯାଇ ନାହିଁ । ଏହା ପ୍ରଥମରୁ ହିଁ ସ୍କ୍ରିପ୍ଟର ଅଂଶ ଥିଲା ଏବଂ ଏହାର କାହଣୀ ଲେଖା ଯାଇଥିଲା । ଆମେ ତାଙ୍କର କୃତଜ୍ଞ ସେ ଆମକୁ ମନା କଲେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More