Only for Entertainment

ଫ୍ୟାନ୍ସଙ୍କୁ ଭେଟ ନକରି ପାରିବାରୁ ଟ୍ୱିଟରରେ କ୍ଷମା ମାଗିଲେ ବିଗ ବି !

9

କିଛି ଦିନ ହେବ ବଲିଉଡ ଶେହଂଶାହଙ୍କୁ ରୁଟିନ ଚେକଅପ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୮ଅକ୍ଟୋବର ତଥା ଶୁକ୍ରବାର ରାତି ସେ ଘରକୁ ଫେରିଛନ୍ତି । ବିଗ ବି ପତ୍ନୀ ଜୟା ବଚ୍ଚନ ଏବଂ ପୁଅ ଅଭିଶେକଙ୍କ ହସ୍ପିଟାଲରୁ ଫେରିଥିଲେ ଏବଂ ଏବେ ତାଙ୍କ ଶରୀର ସୁସ୍ଥ ଅଛି ।
ଏହା ତ ସମସ୍ତଙ୍କୁ ଜଣା ଯେ ସେ ପ୍ରତି ରବିବାର ତାଙ୍କ ଜୁହୁ ସ୍ଥିତ ବଙ୍ଗଳା ବାହାରେ ଫ୍ୟାନ୍ସଙ୍କୁ ଭେଟି ଥାଆନ୍ତି । ଏହି ଖାସ ଦିନରେ ସେ ଘରୁ ବାହାରକୁ ଆସିଥାଆନ୍ତି ଏବଂ ଫ୍ୟାନ୍ସମାନଙ୍କ ଅଭିବାଦନ ସ୍ୱୀକାର କରିଥାଆନ୍ତି ।

କିନ୍ତୁ ଏବେ ବିଗ ବିଙ୍କ ଶରୀର ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଛି , ଏହି କାରଣରୁ ସେ ଗତ ରବିବାର ଫ୍ୟାନ୍ସଙ୍କୁ ଦେଖା କରିପାରିନଥିଲେ । ଏହି ଘଟଣା କାରଣରୁ ସେ ଟ୍ୱିଟରରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଅମିତାଭଙ୍କୁ ଅନେକ ପ୍ରୋଜେକ୍ଟ ମିଳିଛି । ସେ ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଏହାବ୍ୟତୀତ ଆୟୁଷ୍ମାନ ଖୁରାନାଙ୍କ ସହ ‘ଗୁଲାବୋ ସିତାବୋ’,ଇମରାନ ହାଶମୀଙ୍କ ସହ ‘ଚେହେରେ’ ଭଳି ଅନେକ ଫିଲ୍ମରେ ନଜର ଆସିବେ ବିଗ ବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More