Only for Entertainment

ମହମୁଦ: ସେ ଜଣେ ବହୁତ ଭଲ ମଣିଷ, ତାଙ୍କର ଦୁଇଟି ବାପା ଅଛନ୍ତି !

28

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆଜି ୭୬ ବର୍ଷରେ ପାଦ ଦେଇଛନ୍ତି । ସେ ଇଲାହାବାଦର ପ୍ରଖ୍ୟାତ କବି ହରିବଂଶରାୟ ବଚ୍ଚନ ଏବଂ ତେଜୀ ବଚ୍ଚନଙ୍କ ଘରେ ୧୧ ଅକ୍ଟୋବର ୧୯୪୨ରେ ଜନ୍ମ ଗ୍ରହଣ କରିଥିଲେ । ଅମିତାଭ ବଚ୍ଚନଙ୍କ ସହ ଜଡିତ ଅନେକ କାହାଣୀ ରହିଛି ରହିଛି . ତେବେ ଆଜି ଅମିତାଭଙ୍କ ଜନ୍ମଦିନରେ ତାଙ୍କ ସଙ୍ଘର୍ଷ ଦିନରେ ସାହାଯ୍ୟ କରିଥିବା ମହମୁଦଙ୍କ ବିଷୟରେ କହିବାକୁ ଯାଉଛୁ ।

ମହମୁଦଙ୍କ ବିଷୟରେ କୁହାଯାଏ ଯେ ସିନେମା ଇଣ୍ଡଷ୍ଟ୍ରୀର ଷ୍ଟ୍ରଗଲର କଳକାରମାନଙ୍କୁ ସେ ଖୁବ ସାହାଯ୍ୟ କରିଥାନ୍ତି । କିନ୍ତୁ ପରେ ମହମୁଦଙ୍କ ଷ୍ଟାରଡମ କମିବାକୁ ଲାଗିଥିଲା । ଏପରି ବି ସମୟ ଆସିଲା ତାଙ୍କ ପାଖରେ କୌଣସି କାମ ନଥିଲା ।

ମହମୁଦ ଅମିତାଭ ବଚ୍ଚନଙ୍କୁ ନିଜ ପୁଅ ବୋଲି ମାନୁଥିଲେ । ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ସେ ଜଣେ ବହୁତ ଭଲ ମଣିଷ । ମୁଁ ତାଙ୍କ ଭଏସ ଏବଂ ଅଭିନୟର ଦିୱାନା ଅଟେ । ସେ ମୋର ଏତେ ସମ୍ନାନ କରନ୍ତି ଯେ ପଛରୁ ମୋ ଭଏସ ଶୁଣିବା ମାତ୍ରେ ଠିଆ ହୋଇଯାଆନ୍ତି ।’ ମହମୁଦ ଏହା ମଧ୍ୟ କହିଥିଲେ ଯେ, ‘ଅମିତାଭ ବଚ୍ଚନଙ୍କର ଦୁଇଟି ପିତା ଅଛନ୍ତି । ଜଣେ ଯେ ତାଙ୍କୁ ଜନ୍ମ ଦେଇଛନ୍ତି ଏବଂ ଆଉ ଜଣେ ମୁଁ । ମୁଁ ଅମିତାଭଙ୍କୁ ରୋଜଗାର କରିବା ଶିଖାଇଛି ।’

mehmood_1538129307

କହିରଖୁଛୁ ଯେ, ଅମିତାଭ ବଚ୍ଚନଙ୍କ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଙ୍ଘର୍ଷ ସମୟରେ ମହମୁଦ ତାବଙ୍କୁ ସବୁ ପ୍ରକାର ସାହାଯ୍ୟ କରିଥିଲେ । ଏପରିକି ସେ ତାଙ୍କ ପୁଅ ପରି ତାଙ୍କ ଘରେ ରହୁଥିଲେ । ଆରମ୍ଭରୁ ସଙ୍ଘର୍ଷ କରିବା ପରେ ଅମିତାଭ ଫିଲ୍ମ ଇଣ୍ଟଷ୍ଟ୍ରୀର ସୁପରଷ୍ଟାର ବନିଥିଲେ । ସେ ନାମ ସହିତ ଅର୍ଥ ମଧ୍ୟ କମାଇଥିଲେ । ମହମୁଦ ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ଶେଷରେ ମୋତେ ଅମିତାଭଙ୍କ ବ୍ୟବହାର ଦୁଃଖ ପହଁଚାଇଥିଲା । ସେ କହିଥିଲେ ମୋର ହାର୍ଟ ସର୍ଜରୀ ସମୟରେ ଅମିତାଭ ତାଙ୍କ ବାପାଙ୍କୁ ନେଇ ହସ୍ପିଟାଲରେ ପହଁଚିଥିଲେ ଯେଉଁଠି ମୁଁ ଆଡମିଟ ହୋଇଥିଲି ମାତ୍ର ସେ ମୋତେ ଦେଖା ମଧ୍ୟ କରିନଥିଲେ । ସେ ପ୍ରମାଣ କରିଥିଲେ ଯେ ଜନ୍ମକଲା ପିତା ହିଁ ପ୍ରକୃତ ପିତା । ରୋଜଗାର ଶିଖାଇଥିବା ପିତା ନୁହେଁ । ସେ ମୋତେ ଫୁଲଟିଏ ଦେଇନଥିଲେ କି ଭଲ ହେବା ପାଇଁ ଶୁଭେଚ୍ଛା ମଧ୍ୟ ଦେଇନଥିଲେ । କିନ୍ତୁ ଏହା ପରେ ମଧ୍ୟ ମୁଁ ତାଙ୍କୁ କ୍ଷମା କରିଦେଇଥିଲି ।’

କହିରଖୁଛି ଯେ, ମହମୁଦ ନିଜର ଅନ୍ତିମ ସମୟରେ ଆମେରିକା ଚାଲିଯାଇଥିଲେ । ୨୦୦୪ରେ ତାଙ୍କର ନିଧନ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More