Only for Entertainment

୩୬ ବର୍ଷ ପୂର୍ବେ ଆଜିର ଦିନରେ ମୃତ୍ୟୁ ମୁଖରୁ ବଞ୍ଚିଥିଲେ ବିଗ ବି, ଗୋଟିଏ ସିନ ପାଇଁ ପହଁଚିଥିଲେ ହସ୍ପିଟାଲ ।

darpanmagazine
0 37

ଗୋଟିଏ ଛୋଟ ଦୁର୍ଘଟଣା ମଣିଷର ଜୀବନକୁ କିପରି ବଦଳାଇ ଦେଇଥାଏ ତାହାର ପ୍ରକୃତ ଉଦାହରଣ ହେଉଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ଅମିତାଭ ବଲିଉଡ ଜଗତକୁ ନିଜର ଅଭୁତ ପୂର୍ବ ଯୋଗଦାନ ଦେଇଛନ୍ତି ଏବଂ ୭୫ ବର୍ଷ ବୟସରେ ମଧ୍ୟ ସେ କାମ କରୁଛନ୍ତି । ବିଗ ବି ସୋସିଆଲ ମିଡିଆରେ ମଧ୍ୟ ସର୍ବଦା ଆକ୍ଟିଭ ରହିଥାନ୍ତି । ଇତି ମଧ୍ୟରେ ସେ ଏକ ଟ୍ୱିଟ କରି ୩୬ ବର୍ଷ ପୁରୁଣା ଏକ ଘଟଣାକୁ ମନେ ପକାଇଛନ୍ତି ।

coolie-film

ଫିଲ୍ମ ‘କୁଲି’ର ଏକ ଫାଇଟ ସିନରେ ପୁନିତ ଇରସର ଅମିତାଭ ବଚ୍ଚନଙ୍କ ପେଟକୁ ଏକ ପଂଚ ମାରିବାର ଦୃଶ୍ୟ ସୁଟ କରିବାର ଥିଲା । ଭୁଲରେ ଏହି ପଂଚ ଏତେ ଜୋରସେ ଲାଗିଥିଲା ଯେ ଅମିତାଭ ଗମ୍ଭୀର ଭାବେ ଆହାତ ହୋଇଥିଲେ । ଆନନ ଫାନନରେ ଅମିତାଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜିର ଦିନ ଅର୍ଥାତ ୨ ଅଗଷ୍ଟ ୧୯୮୨ରେ ସେ ମୃତ୍ୟୁ ସହିତ ଲଢି ଘରକୁ ଫେରିଥିଲେ ।

amitabh-bachchan

ଏହି ଘଟଣାକୁ ମନେ ପକାଇ ଅମିତାଭ ସୋସିଆଲ ମିଡିଆରେ ଲୋକଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇଛନ୍ତି । ବିଗ ବି ଟ୍ୱିଟ କରି ଲେଖିଥିଲେ ‘କୁଲି ଫିଲ୍ମର ସୁଟିଂ ସମୟରେ ହୋଇଥିବା ଦୁର୍ଘଟଣା ପରେ ୨ ଅଗଷ୍ଟରେ ମୋତେ ନୂଆ ଜୀବନ ମିଳିଥିଲା । ମୁଁ ଜାଣିଛି ଆପଣଙ୍କ ପ୍ରାର୍ଥନା କାରଣରୁ ମୋତେ ଦ୍ୱିତୀୟ ଜନ୍ମ ମିଳିଥିଲା । ଆପଣମାନଙ୍କୁ ଦୃଦୟରୁ ଧନ୍ୟବାଦ ।’

amitabh

ଫିଲ୍ମ ବିଷୟରେ କହିବାକୁ ଗଲେ ଅମିତାଭ ଏବେ ବୁଲଗେରିଆରେ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅମିତାଭଙ୍କ ବ୍ୟତିତ ଫିଲ୍ମରେ ଆଲିଆ, ରଣବୀର ଏବଂ ମୌନି ରୟ ନଜର ଆସିବେ । ଫିଲ୍ମକୁ ଆୟାନ ମୁଖର୍ଜୀ ନିର୍ଦ୍ଦେଶନା ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More