Only for Entertainment

ପଲ୍ଲୁ ଲଟକେ ଗୀତରେ ଠୁମକା ଲଗାଇଲେ ବିଗ୍ ବିଙ୍କ ଝିଅ, ଭିଡିଓ ହେଲା ଭାଇରାଲ

ndtv
0 72

ମହାନାୟକ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦାଙ୍କୁ କୌଣସି ପରିଚୟର ଆବସ୍ୟକତା ନାହିଁ । ଭାଇ ଅଭିଷେକ ବଚ୍ଚନଙ୍କ ପରି ଫିଲ୍ମରେ ନିଜ କ୍ୟାରିୟର ନକରିଥିଲେ ମଧ୍ୟ ସେ ସବୁବେଳେ ଲାଇମ ଲାଇଟରେ ଥାନ୍ତି । କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଶ୍ୱେତା ଜେଜେ ହରିବଂଶ ରାୟ ବଚ୍ଚନଙ୍କ ପଥରେ ଯାଇ ଲେଖକ ହେବାପାଇଁ ଚାହୁଁଛନ୍ତି । ଇତି ମଧ୍ୟରେ ଶ୍ୱେତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଶ୍ୱେତା ଫିଲ୍ମ ‘ଶାଦୀ ମେଁ ଜରୁର ଆନା’ର ଗୀତ ପଲ୍ଲୁ ଲଟକେରେ ଠୁମକା ଲଗାଉଥିବା ଦେଖିବାକୁ ମିଳିଛି ।

 

She’s got em in her genes! Super fun #shwetabachchan

A post shared by Namrata Zakaria (@namratazakaria) on

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଶ୍ୱେତା ଶାଢୀରେ ନଜର ଆସିଛନ୍ତି । ଏହା ସହିତ ସେ ତାଙ୍କ ଠୁମକାରେ ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କ ମନ ଜିତି ନେଇଛନ୍ତି । ଖବର ଅନୁସାରେ ଏହି ଭିଡିଓ ଫ୍ୟାଶନ ଡିଜାଇନର ସନ୍ଦୀପ ଖୋସଲାଙ୍କ ଭଣଜୀ ସୌଦାମିନୀ ମଟ୍ଟଙ୍କ ୱେଡିଂ ରିସେପସନର ।

 

କେବଳ ଶ୍ୱେତା ନୁହଁନ୍ତି ତାଙ୍କ ବ୍ୟତିତ ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନ ଏବଂ ଫିଲ୍ମ ନିର୍ମାତା କରଣ ଜୋହର ମଧ୍ୟ ରିସେପସନରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

 


ଖବର ଅନୁସାରେ ଶ୍ୱେତାଙ୍କ ପୁସ୍ତକ ‘ପାରାଡାଇଜ ଟାୱର୍ସ’ ଅକ୍ଟୋବରରେ ଲଂଚ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More