Only for Entertainment

ଆସାମ ବନ୍ୟ ପ୍ରପୀଡିତଙ୍କୁ ସାହାଯ୍ୟର ହାତ ବଢାଇଲେ ମହାନାୟକ ଅମିତାଭ ବଚ୍ଚନ !

thenational
41

ଆସାମରେ ହୋଇଥିବା ବନ୍ୟା କାରଣରୁ ଅନେକ କ୍ଷତିଗ୍ରସ୍ତ ହୋଇଛି । ପ୍ରକୃତିର ଏହି ତାଣ୍ଡବ ଲୀଳା ପାଇଁ ଅନେକ ଲୋକଙ୍କର ଜୀବନ ମଧ୍ୟ ଚାଲିଗଲାଣି । ଏହିକାରଣରୁ ସାରା ଦେଶର ଲୋକେ ଆସାମ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି । ବଲିଉଡରୁ ଅକ୍ଷୟ କୁମାର ନିକଟରେ ଘୋଷଣା କରିଥିଲେ ଯେ ଆସାମ ମୁଖ୍ୟମନ୍ତ୍ରୀ ସହାୟକ ପାଣ୍ଠିକୁ ଏବଂ କାଜିରଙ୍ଗା ରକ୍ଷା କେନ୍ଦ୍ରକୁ ଏକ କୋଟି ଦେବେ ।

ଏବେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ସହାୟକ ପାଣ୍ଠିକୁ ୫୧ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି । ବିଗ ବିଙ୍କ ଏହି ସାହାଯ୍ୟ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ କିଛି ସମୟ ପୂର୍ବେ ବିଗ ବି ପୁଲୱାମାରେ ସହିଦ ହୋଇଥିବା ସୈନିକଙ୍କ ପରିବାରକୁ ଆର୍ଥିକ ସହାୟତା ପହଂଚାଇଥିଲେ । ଏହାବ୍ୟତୀତ ସେ ବିହାର କୃଷକଙ୍କ ପାଇଁ ମଧ୍ୟ ହାତ ବଢାଇ ଋଣମୁକ୍ତ କରାଇବା ପାଇଁ ସହାୟକ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More