Only for Entertainment

‘ଗୁଲାବୋ’ ସିତାବୋ’ରେ ସାମ୍ନାକୁ ଆସିଲା ଅମିତାଭଙ୍କ ପ୍ରଥମ ଲୁକ ।

elakiri.com
36

ବିଗ ବି ଅମିତାଭ ବଚ୍ଚନଙ୍କୁ ଫିଲ୍ମରେ ଦେଖିବା ପାଇଁ ଦର୍ଶକ ଖୁବ ଉତ୍ସାହର ସହିତ ଚାହିଁ ବସିଥାନ୍ତି । କାରଣ ତାଙ୍କର ପ୍ରତ୍ୟେକଟି ଚରିତ୍ର ହୋଇଥାଏ ଦମଦାର । ଫିଲ୍ମ ପା’ରେ ଭିନ୍ନ ରୂପରେ ନଜର ଆସିଥିଲେ ବିଗ ବି, ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । କିନ୍ତୁ କଥା ହେଉଛିଯେ ଫିଲ୍ମରେ ଯେତେବେଳେ ଅମିତାଭଙ୍କ ପ୍ରଥମ ଲୁକ ରିଲିଜ ହୋଇଥିଲା କେହି ମଧ୍ୟ ତାଙ୍କୁ ଚିହ୍ନି ପାରିନଥିଲେ । ଏବେ ମଧ୍ୟ କିଛି ସେହିଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଆଗକୁ ରିଲିଜ ହେବାକୁ ଯାଉଛି ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଗୁଲାବୋ’ ସିତାବୋ’। ଯେଉଁଥିରେ ଅମିତାଭଙ୍କ ରୂପ ଦେଖିଲେ ଆପଣ ଚିହ୍ନିପାରିବେ ନାହିଁ । ଅମିତାଭ ତାଙ୍କ ଟୁଇଟର ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି । ଫଟୋକୁ ଦେଖି ଆପଣ ମଧ୍ୟ ଦ୍ୱନ୍ଦରେ ପଡ଼ିଯିବେ ।

 

ସୁଚନା ଅନୁସାରେ ଫିଲ୍ମର ସୁଟିଂ ଲକ୍ଷ୍ନୌରେ ଆରମ୍ଭ ହୋଇଯାଇଛି । ଅମିତାଭ ତାଙ୍କ ଫ୍ୟାନ ମାନଙ୍କ ପାଇଁ ନିଜର ଫାର୍ଷ୍ଟ ଲୁକ୍ ଶେୟାର କରିଛନ୍ତି । ଫଟୋରେ ଅମିତାଭଙ୍କୁ ଜଣେ ବୃଦ୍ଧ ଲୋକଙ୍କ ଭଳି ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More