Only for Entertainment

ଫିଲ୍ମ ବଦଲା ପରେ ପୁଣି ଥରେ ଆକ୍ସନ ମୋଡରେ ବିଗ ବି ଅମିତାଭ ବଚ୍ଚନ !

16

ଅପକମିଂ ଫିଲ୍ମ ଚେହେରେ ପାଇଁ ବିଗ ବି ସୁଟିଂ ଆରମ୍ଭ କରିବା ସହ ନିକଟରେ ଫିଲ୍ମରେ ଅମିତାଭଙ୍କ ଫାଷ୍ଟଲୁକ ଜାରି କରାଯାଇଛି । ଫିଲ୍ମରେ ବିଗ ବି ଜଣେ ଆଡଭୋକେଟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଚରିତ୍ରର ୪ଟି ଫଟୋକୁ ପ୍ରଡକ୍ସନ ହାଉସ ରିଲିଜ କରିଛି । ଫଟୋରେ ବିଗ ବି ଗମ୍ଭୀର ମୁଦ୍ରାରେ ଦେଖାଯାଇଛନ୍ତି । ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମରେ ଅମିତାଭଙ୍କ ସହ ଅଭିନେତା ଇମ୍ରାନ ହାସମୀଙ୍କ ପ୍ରମୁଖ ଭୂମିକାରେ ଅଭିନୟ ରହିଛି । ପ୍ରଥମ ଥର ପାଇଁ ଇମ୍ରାନ ହାସମୀ ଓ ବିଗ ବି ଏକାଠି ଅଭିନୟ କରୁଛନ୍ତି । ଚେହେର’ର ନିର୍ଦ୍ଦେଶନା ରୁମି ଜାଫରୀ ଦେଇଥିବାବେଳେ ପ୍ରଡକ୍ସନ ଦାୟିତ୍ୱରେ ଅଛନ୍ତି ଅନନ୍ତ ପଣ୍ଡିତ ।

ମୋସନ ପିକଚରସ ବ୍ୟାନରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମ ୨୦୨୦ ଫେବ୍ରୃଆରୀ ୨୧ରେ ରିଲିଜ କରାଯିବ ।ତେବେ ଏହି ସସପେନ୍ସ ଥ୍ରୀଲର ଫିଲ୍ମରେ କୌଣସି ନାୟିକାଙ୍କ ଅଭିନୟ ରହିବ ନା ନାହିଁ ସେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More