Only for Entertainment

ଅମିତାଭ ଟୁଇଟରକୁ କହିଲେ ଅଲବିଦା, ଜାଣନ୍ତୁ କାହିଁକି…

freepressjournal
0 39

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏପରି ଏକ ଅଭିନେତା ଯିଏ ସୋସିଆଲ ନେଟୱାର୍କିଙ୍ଗ ସାଇଟରେ ସବୁବେଳେ ଆକ୍ଟିଭ ରହିଥାନ୍ତି । କିନ୍ତୁ ବର୍ତ୍ତମାନ ସେ ଟୁଇଟର ଛାଡିବା ମୁଡରେ । ଅମିତାଭ ଅଧିକ ସମୟ ଧରି ରାତିରେ ଟୁଇଟ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅମିତାଭ ଆରୋପ ଲଗାଇଛନ୍ତି ଯେ ଟୁଇଟର ତାଙ୍କ ଫଲୋୟର୍ସକୁ କମ କରି ଦେଇଛନ୍ତି । ଅମିତାଭଙ୍କର ୬୦ ହଜାର ଫଲୋୟର୍ସ କମି ଥିବା ଜଣାପଡିଛି । ବର୍ତ୍ତମାନ ତାଙ୍କର ୩,୨୯,୦୨,୩୨୦ ଫଲୋୟର୍ସ ଅଛନ୍ତି ।

ନ୍ୟୁୟର୍କ ଟାଇମସ ଅନୁସାରେ ଅନେକ ଟୁଇଟର ଆକାଉଣ୍ଟର ଲକ୍ଷାଧିକ ଫଲୋୟର୍ସ ଗାୟବ ହୋଇଯାଇଛି । ଏଥିମଧ୍ୟରେ ଅନେକ ସେଲିବ୍ରିଟିଙ୍କର ଆକାଉଣ୍ଟ ମଧ୍ୟ ସାମିଲ ରହିଛି । ସୂଚନା ଅନୁସାରେ ଅନେକ ସେଲିବ୍ରିଟି ଫଲୋୟର୍ସ ମାନଙ୍କୁ କିଣଥାନ୍ତି ଅଥବା ‘ଦେବୁମି’ ନାମକ ଏକ କମ୍ପାନୀର ସାହାଯ୍ୟ ନେଇଥାନ୍ତି । ଏହି କମ୍ପାନୀ ଫେକ୍ ଫଲୋୟର୍ସ ବଢାଇବାର କାର୍ଯ୍ୟ କରିଥାନ୍ତି । ଟୁଇଟର ପକ୍ଷରୁ ଏହି କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରାଯାଇଛି । କିନ୍ତୁ ଏହି କମ୍ପାନୀ ଏହି ବାବଦରେ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଛନ୍ତି ।

Amitabh-Bachchan 1

ତେବେ, ଏହାକୁ ସହଜ ଭାବେ ଗ୍ରହଣ କରିପାରି ନାହାନ୍ତି ବିଗ୍ ବି’ ଅମିତାଭ। ତେଣୁ, ସେ ଆଉ ଥରେ ଦେଖାଇଛନ୍ତି ତାଙ୍କ ଯୁବାକାଳର ‘ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍’ ରୂପ! ଆଉ ଟୁଇଟରକୁ କହଛନ୍ତି ବାଏ, ବାଏ! ଅମିତାଭ ଟୁଇଟ କରି କହିଛନ୍ତି ଯେ ‘ଟୁଇଟର ତୁମେ ମୋର ପ୍ରଶଂସକଙ୍କ ସଂଖ୍ୟା କମ କରିଦେଲ। ହାଃ ହାଃ ହାଃ ହାଃଟ୍ଟ ତମକୁ ଛାଡ଼ିବାର ସମୟ ଆସିଗଲା। ଏହି ଯାତ୍ରା ପାଇଁ ଧନ୍ୟବାଦ! ସମୁଦ୍ରରେ ଆଉ ମଧ୍ୟ ମାଛ ଅଛନ୍ତି, ଯେଉଁମାନେ ଅଧିକ ମନୋରଞ୍ଜକ’!

ଉଲ୍ଲେଖଯୋଗ୍ୟ ଯେ ବଲିଉଡରେ ୩,୨୯,୪୧,୮୩୭ କୋଟି ଫଲୋୟର୍ସ ସହିତ ଶାହାରୁଖ ପ୍ରଥମ ସ୍ଥାନରେ ରହିଛନ୍ତି ଏବଂ ଅମିତାଭ ୩,୨୯,୦୨,୩୨୦ ଫଲୋୟର୍ସ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More