Only for Entertainment

ଜଲସାରେ ଆୟୋଜିତ ହୋଇଥିଲା ବିଗ ବିଙ୍କ ଦିୱାଲୀ ପାର୍ଟିରେ କଳାକାରଙ୍କ ଭିଡ, ଦେଖନ୍ତୁ ଭିଡିଓ !

22

ବିଗ ବିଙ୍କ ଘରେ ଦିୱାଲି ପାର୍ଟି । ଅସୁସ୍ଥତା ଯୋଗୁଁ ଏଥରକ ଜନ୍ମଦିନ ପାଳିନଥିବା ଅମିତାଭ ଏଥରକ ଦିୱାଲୀକୁ ବେଶ ଧୁମଧାମରେ ପାଳିଛନ୍ତି । ଜଲସାରେ ଆୟୋଜିତ ହୋଇଥିଲା ଦିୱାଲୀ ପାର୍ଟି । ଯେଉଁଥରେ ବଲିଉଡ ସହ ଅନ୍ୟାନ୍ୟ କ୍ଷେତ୍ରରେ ସେଲିବ୍ରିଟି ପହଁଚିଥିଲେ । ଦୁଇ ବର୍ଷର ବ୍ୟବଧାନ ପରେ ଜଲସାରେ ଆୟୋଜିତ ହୋଇଛି ଦିୱାଲି ପାର୍ଟି । କିଙ୍ଗ ଖାନ ଶାହାରୁଖଙ୍କ ଠାରୁ ନେଇ ସୋଲଜର ଗର୍ଲ ପ୍ରୀତି ଜିଂଟା । ଅକ୍ଷୟ କୁମାର, ଟ୍ୱିଙ୍କିଲ ଖନ୍ନା, ସାହିଦ କପୁର, ମୀରାଙ୍କ ସହ ଅନେକ ନୂଆ ପୁରଣା କଳାକାର ଜଲସାରେ ପହଁଚିଥିଲେ । ଅମିତାଭଙ୍କ ଘରେ ଜମିଥିଲା ସେଲିବ୍ରେଟିଙ୍କ ଭିଡ । କ୍ରିକେଟର ବିରାଟ କୋହଲୀ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କାଙ୍କ ସହ ଏଠାରେ ପହଁଚିଥିଲେ ।

ମାତ୍ର ଅମିତାଭ ଦିୱାଲୀ ପାର୍ଟିରେ ଷ୍ଟାରଙ୍କ ଗହଳି ଭିତରେ ସବୁଠୁ ଅଧିକ ଧ୍ୟାନ ଆର୍କଷଣ କରିଛନ୍ତି ସିମ୍ବା ଗର୍ଲ । ବିଟାଉନର ଏହି ସାଇନିଂ ଷ୍ଟାର ନିଜ ମା ଓ ଭାଇଙ୍କ ସହ ପହଁଚିଥିଲେ ଜଲସାରେ । ତିନିଜଣ ସମାନ ରଙ୍ଗର ଆଉଟିଫିଟ ରେଡକଲର ଡିଜାଇନର ଡ୍ରେସରେ ନଜର ଆସିଥିଲେ । ଫେଷ୍ଟିଭ ସିଜନରେ ଷ୍ଟାର୍ସଙ୍କ ଟ୍ରାଡିସନାଲ ଆଉଟଫିଟରେ ଲୁକ ବେଶ ଆର୍କଷଣୀୟ ରହିଥିଲା ।ତେବେ ସାରା,ଇବ୍ରାହିମ ଓ ଅମୃତାଙ୍କ ଦିୱାଲି ଫଟୋସୁଟ ସମୟର ଫଟୋ ବେଶ ଭାଈରାଲ ହେଉଛି ।ଅନ୍ୟପଟେ ବାପା ସୈଫଙ୍କ ସ÷ ଦିୱାଲି ମଧ୍ୟ ପାଳିଛନ୍ତି ସାରା ଓ ଇବ୍ରାହିମ ।ସାଥିରେ କରୀନା ଓ ତୈମୁର ମଧ୍ୟ ନଜର ଆସିଛନ୍ତି ।ପରିବାର ଏକାଠି ମିଶି ଡିନରପାର୍ଟି ମଧ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More