Only for Entertainment

ବିଗ ବିଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନୀତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ndtv
24

କିମ୍ବଦନ୍ତୀ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନଙ୍କୁ ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଅସୁସ୍ଥତା କାରଣରୁ ଗତ ସୋମବାରଦିନ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ଅମିତାଭ ଯୋଗ ଦେଇପାରିନଥିଲେ ।

ଦାଦା ସାହେବ ଫାଲ୍କେ ପୁରସ୍କାର ହେଉଛି ଭାରତୀୟ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ। ସମ୍ମାନ ଭାବେ ଏକ ସ୍ବର୍ଣ୍ଣ କମଳ, ଏକ ସାଲ୍ ଓ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଏ। ୨୦୧୭ ମସିହାରେ ଏହି ସମ୍ମାନ ବିନୋଦ ଖାନ୍ନାଙ୍କୁ ଦିଆଯାଇଥିଲା ।

ଉଲ୍ଲେଖଯୋଗ୍ୟ, ୭୭ ବର୍ଷୀୟ ବଚ୍ଚନ ସାହେବ ଗତ ୨୨ ତାରିଖ ଦିନ ଟ୍ବିଟ୍ କରିଥିଲେ ଯେ ତାଙ୍କୁ ଜ୍ବର ହୋଇଛି ଓ ଡାକ୍ତର ତାଙ୍କୁ କେଉଁଆଡ଼େ ଯିବା ପାଇଁ ମନା କରିଛନ୍ତି। ସେ ତାଙ୍କ ଲେଖିଥିଲେ, ‘ଜ୍ବରରେ ପଡ଼ିଛି। ଯାତ୍ରା କରିବାକୁ ଅନୁମତି ନାହିଁ। ଦିଲ୍ଳୀରେ ହେଉଥିବା ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ଯୋଗ ଦେବାକୁ ଅକ୍ଷମ। ମୋର ଦୁର୍ଭାଗ୍ୟ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More